ବିଜ୍ଞାପନ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲା ଓଡ଼ିଶା କ୍ଷୁଦ୍ର ଓ ମାଧ୍ୟମ ସମ୍ୱାଦପତ୍ର ସଂଗଠନ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଭାରତ ବର୍ଷର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ରଗୁଡ଼ିକ ପ୍ରାୟତଃ ସରକାରୀ ବିଜ୍ଞାପନ ଉପରେ ନିର୍ଭର କରିଥାନ୍ତି । 2015 ପର୍ଯ୍ୟନ୍ତ ଡିଏଭିପି ପକ୍ଷରୁ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ରଗୁଡ଼ିକୁ ଜାତୀୟ ଦିବସ ତଥା ସ୍ଵାଧୀନତା ଓ ସାଧାରଣତନ୍ତ୍ର ଦିବସ, ଆମ୍ୱେଦକର ଓ ଗାନ୍ଧୀ ଜୟନ୍ତୀ ଭଳି ଦିବସ ମାନଙ୍କରେ ବିଜ୍ଞାପନ ଡିଏଭିପି ଜରିଆରେ ପ୍ରଦାନ କରି ଆସୁଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା, ଭାଜପା ସରକାର ଗଠନ ହେବା ପରେ ସମ୍ପୃକ୍ତ ଖବରକାଗଜଗୁଡ଼ିକୁ ବିଜ୍ଞାପନ ପ୍ରଦାନ କରାଗଲା ନାହିଁ । ଏଠାରେ ଉଲ୍ଲେଖ କରାଯାଇପାରେ, ବୃହତ ପ୍ରସାରଣ ଦାବି କରୁଥିବା ସମ୍ୱାଦପତ୍ରଗୁଡ଼ିକୁ ବିଭିନ୍ନ କର୍ପୋରେଟ୍‌‍ ହାଉସ ଓ ସରକାର ବିପୁଳ ପରିମାଣରେ ବିଜ୍ଞାପନ ପ୍ରଦାନ କରିଥାନ୍ତି। ଛୋଟ ଛୋଟ କାଗଜଗୁଡ଼ିକ ଏଥିରୁ ପ୍ରାୟତଃ ବଂଚିତ ହେଉଛନ୍ତି। ପୂର୍ବରୁ ଯେଉଁ ବିଜ୍ଞାପନ ଗୁଡ଼ିକ ସରକାରୀ କ୍ଷେତ୍ରରେ ମିଳୁଥିଲା ତାହା ବନ୍ଦ ହୋଇଯିବାରୁ ବହୁ ଖବରକାଗଜ ପ୍ରକାଶନ ବନ୍ଦ ହେବାକୁ ଲାଗିଲାଣି। ତେଣୁ କେନ୍ଦ୍ର ସରକାର ଏ ଦିଗରେ ଅଧିକ ଦୃଷ୍ଟି ଦେଇ ଦେଶର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା ସମ୍ୱାଦପତ୍ରଗୁଡ଼ିକୁ ପୂର୍ବରୁ ଦିଆଯାଉଥିବା ବିଜ୍ଞାପନ ଗୁଡ଼ିକ ପ୍ରଦାନ କଲେ ଆର୍ଥିକ ସ୍ଥିତି ସୁଧାରିପାରିବ । ଫଳରେ ବହୁ ସମ୍ୱାଦପତ୍ର ପ୍ରକାଶନ ବନ୍ଦ ହେବାକୁ ଯାଉଛି  ବୋଲି ଓଡିଶାର କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ସଭାପତି ରବି ରଥ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ଏଥିସହ କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ ରାଜ୍ୟର ପ୍ରମୁଖ ସାଂସଦମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି l

Post a Comment

Previous Post Next Post