ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା ବେଗୁନିଆପଡା ଥାନା ଅନ୍ତର୍ଗତ ଷଣ୍ଢମୂଳ ଗ୍ରାମର ନୂଆ ସାହି ନିକଟରେ ଏହି ଗ୍ରାମର ସୁନୀଲ ନାୟକ ଚୋରା ମଦ ବିକ୍ରି କରୁଥିବା ବେଳେ ସୁନୀଲ କୁ ଗିରଫ ସହ ତା ନିକଟ ରୁ 47 ଲିଟର ମଦ ଜବତ କରିଛି ପୋଲିସ । ଏଥିସହ ଏହି ଗ୍ରାମର ରାହୁଲ ନାହାକ ତାଳସର କେନାଲ ରାସ୍ତାରେ ଚୋରା ମଦ ବିକ୍ରି କରୁଥିବା ବେଳେ ରାହୁଲ କୁ ଗିରଫ ସହ ତା ନିକଟରୁ 48 ଲିଟର ଚୋରା ମଦ ପାଉଚୁ ଜବତ କରିଛି। ଏଥିସହ ଭାଲିଆଝର ଗ୍ରାମର ପୁନିଆ ପାହାନ ଗ୍ରାମ ନିକଟରେ ଚୋରା ମଦ ବିକ୍ରି କରୁଥିବା ବେଳେ ପୁନିଆ କୁ ଗିରଫ ସହ ତା ନିକଟରୁ 41 ଲିଟର 600 ମିଲି ଲିଟର ଚୋରା ମଦ ଜବତ କରିଛି ବେଗୁନିଆପଡା ପୋଲିସ । ଏହି ତିନି ଜଣଙ୍କ ନାମରେ ମାମଲା ରୁଜୁ କରି ଗୁରୁବାର ଅପରାହ୍ନ 5.30 ମିନିଟ ସମୟରେ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଅନିଲ କୁମାର ପରିଡା ସୂଚନା ଦେଇଛନ୍ତି।
Tags:
ମୁଖ୍ୟ ଖବର


