(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ମୋ ନ୍ୟୁଜ ଓଡ଼ିଶା)
ମାଲକାନଗିରି ମୋ ନିୟୁଜ ଓଡିଶା ତା ୧୮/୧୨ ଆଜି ମାଲକାନଗିରି ଜିଲ୍ଲା ସଦର ବ୍ଲକର ଗୌଡ଼ଗୁଡା ପଞ୍ଚାୟତ ଅନ୍ତର୍ଗତ ଏମଭି ୧୧ ସ୍ଥିତ ବାଟପାଲ୍କୀ ହାଟରେ ଥିବା ନିୟନ୍ତ୍ରିତ ବଜାର କମିଟି ୟାଡରେ ଧାନମଣ୍ଡି ର ଉଦଘାଟନ ଥିବା ବେଳେ ଆଜି ସକାଳୁ ଇନ୍ଦ୍ରାବତୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବାଟପାଲ୍ଲୀ ର ମହିଳା ମାନେ ଆସି ମୁଖ୍ୟ ଫାଟକରେ ତାଲା ପକାଇ ମଣ୍ଡିବନ୍ଦ କରିବା ପାଇଁ ଆହ୍ଵାନ କରିଥଲେ। ସୂଚନା ଅନୁଯାୟୀ ବହୁ ଦିନରୁ ଦୁଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରେ ଧାନ ମଣ୍ଡିକୁ ନେଇ ବିବାଦ ଲାଗିରହିଥିଲା।ଜୟ ମା କାଳୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତିନି ବର୍ଷ ଧରି ମାଣ୍ଡି ପରିଚାଳନା କରି ଆସୁଥିବା ବେଳେ ଚଳିତ ବର୍ଷ ଇନ୍ଦ୍ରାବତୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ହରିଠାକୁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ,ଏମ୍ ଭି-୧୧ ଧାନ ମଣ୍ଡି ପରିଚାଳନା ପାଇଁ ଜିଲ୍ଳା ପ୍ରଶାସନ ନିକଟରେ ଆବେଦନ କରିଥିଲେ । କିନ୍ତୁ ଚଳିତ ବର୍ଷ ମଧ୍ୟ ଜୟ ମା କାଳି ସ୍ଵୟଂ ସହାୟକ ଗୋଷ୍ଟିକୁ ମଣ୍ଡି ପରିଚାଳନା କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ମିଳିଥିଲା। ତେଣୁ ଇନ୍ଦ୍ରାବତୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବାରମ୍ବାର ପ୍ରଶାସନ ପାଖରେ ଫେରାଦ ହେଇଥିଲେ ମଧ୍ୟ କୌଣସି ସୁଫଳ ପାଇ ନଥିଲା। ତେଣୁ ଆଜି ମଣ୍ଡିର ଉଦଘାଟନ ଥିବାବେଳେ ମଣ୍ଡି ଫାଟକରେ ଇନ୍ଦ୍ରାବତୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ତାଲା ପକାଇ ଫାଟକ ନିକଟରେ ଜଗି ବସି ପ୍ରତିବାଦ କରୁଥିଲେ। ସେହି ଫାଟକ ସମ୍ମୁଖ ରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହେଉଥିବା ଖବର ପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ତହସିଲଦାର ଓ ମାଲକାନଗିରି ପୋଲିସ ମଣ୍ଡି ନିକଟରେ ପହଁଚି ଥିଲେ। ମାଲକାନଗିରି ତହସିଲଦାର ଏବଂ ପୋଲିସ ବହୁ ବୁଝାସୁଝା କରିବା ସତ୍ତ୍ୱେ ଇନ୍ଦ୍ରାବତୀ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ତାଲା ଖୋଲି ନଥିବାରୁ ତହସିଲଦାର ଟୁକୁନି ପୁଟା ଙ୍କ ନିର୍ଦ୍ଧେଶ କ୍ରମେ ପୋଲିସ ମୁଖ୍ୟ ଫାଟକରୁ ତାଲା ଭାଙ୍ଗିଥିଲା ଓ ଧାନମଣ୍ଡି ର ଉଦଘାଟନ କରାଯିବା ସହ ମଣ୍ଡି ପରିଚାଳନା କୁ ସ୍ବାଭାବିକ କରାଯାଇ ଥିଲା । ତଥାପି ଇନ୍ଦ୍ରାବତୀ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ପ୍ରଶାସନିକ ଅଧିକାରୀଙ୍କୁ କହିଥିଲେ କି ଏହି ମଣ୍ଡି ଦାୟିତ୍ବ ଆମ ଗୋଷ୍ଠୀ ଙ୍କୁ ଦିଆଯାଉ ନଚେତ୍ ଲ୍ୟାମ୍ପସ କୁ ଦାୟିତ୍ବ ଦିଆଯାଉ କିନ୍ତୁ ଜୟ ମା କାଳୀ ଗୋଷ୍ଠୀଙ୍କୁ ଦାୟିତ୍ବ ଦିଆନଯାଉ। ପ୍ରଶାସନ ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀ ମନ ମୋହନ ପଟ୍ଟନାୟକଙ୍କ ନିର୍ଦ୍ଧେଶକ୍ରମେ ପୋଲିସର ଉପସ୍ଥିତିରେ ମଣ୍ଡି ମଧ୍ୟକୁ ଚାଷୀମାନେ ଧାନ ବିକ୍ରି କରିବାକୁ ଆଣିଥିଲେ। ଆଜିର ମଣ୍ଡିରେ ମୋଟ ୪୨ ଜଣ ଚାଷୀ ଧାନ ବିକ୍ରି କରିବାକୁ ଆଣିଥିଲେ। ସରକାରଙ୍କ ନିର୍ଦ୍ଧେଶ ଅନୁଯାୟୀ ପ୍ରତି ମଣ୍ଡିରେ ୨୦୦୦ କ୍ଵିଣ୍ଟାଲ ଧାନକ୍ରୟ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଜଣେ ଚାଷୀ ୪୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଧାନ ବିକ୍ରି କରି ପାରିବ ବୋଲି ଡି.ଇ.ଓ. କହିଥିଲେ । ମଣ୍ଡି ରେ ନିୟନ୍ତ୍ରିତ ବଜାର କମିଟିର କର୍ମକର୍ତା ମାନେ ପ୍ରତ୍ୟେକ ଚାଷୀଙ୍କ ଧାନର ମାନ ନିର୍ଧାରଣ କରୁଥିବା ଦେଖିବାକୁ ମିଳିଛି। ଆଜି କେତେ ଚାଷୀଙ୍କ ଧାନ କ୍ରୟ କରାଯିବ ଏବଂ କେଉଁ ମିଲର ଏଠୁ ଧାନ ଉଠେଇବେ ବୋଲି ମଣ୍ଡିରେ କାର୍ଯ୍ୟରତ ଥିବା ଡି.ଇ.ଓ ଙ୍କୁ ପଚାରି ବୁଝିବାରୁ ସେ କହିଛନ୍ତି ଏଯାବତ ପ୍ରଶାସନ ପକ୍ଷରୁ କୌଣସି ମିଲର ଟେଗ ହୋଇନାହିଁ, ମିଲର ଆସିଲେ ଧାନ ଉଠିବ। ଆମେ ସମସ୍ତ ଚାଷୀ ଙ୍କ କାଗଜପତ୍ର ର କାର୍ଯ୍ୟ ସମ୍ପାଦନ କରିଦେଉଛୁ ବୋଲି କହିଛନ୍ତି ।


