ମୁଖ୍ୟମନ୍ତ୍ରୀ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା। ଗତକାଲି ପୋଲସରା ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ଏଭଳି ଘଟଣା ଘଟିଥିବା ବେଳେ ଘଟଣାରେ ଶନିବାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେପଟେ ଆକ୍ରମଣ ସମୟର ସିସିଟିଭି ଭିଡିଓ ଏବେ ଭାଇରାଲ ହେଉଛି। ଦୁବୃତ୍ତ ଜଣକ ଆକ୍ରମଣ କରି ଫେରାର୍ ହୋଇଥିବା ବେଳେ ଡ୍ରାଇଭର ସଂଘ ପକ୍ଷରୁ ପୋଲସରା ଥାନାରେ ଅଭିଯୋଗ କରି ତୁରନ୍ତ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କରାଯାଇଥିଲା। ଅଭିଯୁକ୍ତ ଜଣକ ହେଲେ ପୋଲସରା ସହରର ଟିଟୁ ବେହେରା ଓରଫ କାର୍ଗିଲ୍। ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲସରା ଥାନା ଅଧିକାରୀ କୌଶିକ୍ ମାଝୀ ସୂଚନା ଦେଇଛନ୍ତି।
Tags:
ଆଞ୍ଚଳିକ