(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ବ୍ରହ୍ମପୁର ମହାନଗର ନିଗମ ମେୟରଙ୍କୁ ନିଗମର ଜଣେ ପୂର୍ବତନ ଯନ୍ତ୍ରୀ ଧମକ ଦେବା ଘଟଣାକୁ ହାଲୁକା ଭାବରେ ଗ୍ରହଣ କରାଯିବ ଉଚ୍ଚିତ ନୁହେଁ l ଅଫିସର ରାଜର ସରକାର ଚାଲିଯାଇଛି, ଓଡ଼ିଶାରେ ଲୋକଙ୍କ ସରକାର ଚାଲିଛି l ନିର୍ବାଚିତ ଜନପ୍ରତିନିଧି ମାନେ ନବୀନ ସରକାର ରେ କେଉଁ ଅବସ୍ଥା ଭୋଗ କରୁଥିଲେ ତାହା ଗଞ୍ଜାମ ଜିଲ୍ଲା ପରିଷଦ ଅଧକ୍ଷ ଥିବା ଧରଣୀ ବେହେରା ଘଟଣାରୁ ଆମେ ଜାଣିଛୁ l ବର୍ତମାନ ପରିସ୍ଥିତି ବଦଳି ଯାଇଛି l ଆସନ୍ତୁ,ଏହି ଘଟଣାକୁ ନିନ୍ଦା କରିବା,ଏହାସହ କାହିଁକି , କେଉଁ ପରିସ୍ଥିତିରେ ଓ କେଉଁ ଘଟଣା ପାଇଁ ଜଣେ ସରକାରୀ କର୍ମଚାରି ବ୍ରହ୍ମପୁର ର ପ୍ରଥମ ନାଗରିକକୁ ଧମକ ଦେବାକୁ ସାହସ କଲେ ତାର ନିରପେକ୍ଷ ତଦନ୍ତ ହେଉ, ଓ ତଦନ୍ତକୁ ସାର୍ବଜନୀନ କରାଯାଉ l
Tags:
ଆଞ୍ଚଳିକ