ଆର,ଉଦୟଗିରି:ମୋ ନିୟୁଜ ଓଡିଶା 30/10/24(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଆଜି ଗଜପତି ଜିଲ୍ଲାରୁ ଚାରଟି ଗୋରୁ ବୋଝଇ ଟ୍ରକ୍ ଆନ୍ଦ୍ରା ପ୍ରଦେଶ ଯାଉଥିବା ସମୟରେ ଆର୍ ଉଦୟଗିରି ବ୍ଲକ ଅନ୍ତର୍ଗତ ରଣ୍ଡିବା ଗ୍ରାମଠାରେ ଗୋଟିଏ ଗୋରୁ ବୋଝେଇ ଟ୍ରକ୍ ଏବଂ ରାୟଗଡ ବ୍ଲକ ଅନ୍ତର୍ଗତ ଜିରାଙ୍ଗ ଗ୍ରାମଠାରେ ତିନଟି ଗୋରୁ ବୋଝେଇ ଟ୍ରକ କୁ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମାନେ ଅଟକାଇ ୯୦ ରୁ ଅଧିକ ସଂଖ୍ୟାରେ ଗାଈ ଗରୁଙ୍କୁ ଉଦ୍ଧାର କରାଯାଇଛି । ଏହାପରେ ରା ଉଦୟଗିରି ଥାନା ଏବଂ ରାୟଗଡ ଥାନା ଅଧିକାରୀଙ୍କୁ ସୂଚନା ଦେଇଥିଲେ ଏବଂ ଆହତ ଥିବା ଗାଈ ବଳଦଙ୍କୁ ପଶୁ ଡାକ୍ତର ଡାକି ଚିକିତ୍ସା କରାଇଥିଲେ । ଥାନା ବାବୁ ମାନେ ଏହା କେଉଁଠାରୁ ଆସିଛି ଏବଂ କେଉଁଠାକୁ ଯାଉଥିଲା ଏହାର ତଦନ୍ତ ଆରମ୍ଭ କରୁଛନ୍ତି ।
Tags:
ଆଞ୍ଚଳିକ