ଭଞ୍ଜନଗର:ମୋ ନିୟୁଜ ଓଡିଶା ବେଦ ପରମାତ୍ମାଙ୍କ ବାଣୀ। ସୃଷ୍ଟି ପ୍ରାରମ୍ଭରେ ପରମାତ୍ମା ଅଗ୍ନି, ବାୟୁ, ଆଦିତ୍ୟ, ଅଙ୍ଗିରା ଏହି ୪ ଜଣ ଋଷିଙ୍କ ହୃଦୟରେ ଋକ୍ ବେଦ, ଯଜୁର୍ବେଦ, ସାମବେଦ ଓ ଅଥର୍ବ ବେଦ ପ୍ରଦାନ କଲେ। ମହର୍ଷି ମନୁ କହିଛନ୍ତି କି ବେଦୋଖିଲ ଧର୍ମମୂଲମ୍। ବେଦ ହେଇଛି ଧର୍ମର ମୂଳ। ସତ୍ୟ- ଅସତ୍ୟ, ଧର୍ମ-ଅଧର୍ମକୁ ଜାଣିବା ପାଇଁ ବେଦ ହେଉଛି ପରମ ପ୍ରମାଣ। କିନ୍ତୁ ସନାତନ ଧର୍ମ ଓ ସଂସ୍କୃତିର ମୂଳ ଠାରୁ ଦୂରେଇ ଯିବାରୁ ବିଶ୍ୱଗୁରୁ ଥିବା ଭାରତର ଅଧଃପତନ ହୋଇଛି। ଭାରତର ସର୍ବାଙ୍ଗୀନ ବିକାଶ ପାଇଁ ମହର୍ଷି ଦୟାନନ୍ଦ ସରସ୍ୱତୀ ଡାକରା ଦେଇଥିଲେ - ବେଦ ଆଡ଼କୁ ଫେରିଚାଲ। ମହର୍ଷି ଦୟାନନ୍ଦଙ୍କ ବିଚାରକୁ ପାଥେୟ କରି ଓଡ଼ିଶାରେ ବେଦର ବ୍ୟବସ୍ଥିତ ଓ ଯୋଜନାବଦ୍ଧ ପ୍ରଚାର ପାଇଁ ଶ୍ରୁତିନ୍ୟାସର ଅଧ୍ୟକ୍ଷତାରେ ପ୍ରତ୍ୟେକ ଜିଲ୍ଲାରେ ବେଦ ପ୍ରଚାର ସମିତିର ଶାଖା ଗୁଡ଼ିକ ଗଠିତ ହୋଇଛି। ତନ୍ମଧ୍ୟରୁ ଭଞ୍ଜନଗର ବେଦ ପ୍ରଚାର ସମିତି ମାଧ୍ୟମରେ ଭଞ୍ଜନଗର ସହର ତଥା ଆଖପାଖ ଗ୍ରାମଗୁଡିକରେ ନିୟମିତ ରୂପେ ୨୧ କୁଣ୍ତିୟ, ୫୧ କୁଣ୍ଡିୟ ଓ ୧୦୮ କୁଣ୍ଡିୟ ଯଜ୍ଞ ଓ ବେଦ ପ୍ରବଚନ କାର୍ଯ୍ୟକ୍ରମ ସାଙ୍ଗକୁ ଦରିଦ୍ର ନାରାୟଣ ସେବା, ଦୁଃଖୀ ରଙ୍କୀଙ୍କୁ ଅନ୍ନ ବସ୍ତ୍ର ବିତରଣ ଆଦି କାର୍ଯ୍ୟ କରାଯାଉଛି। ଏହି ପରିପ୍ରେକ୍ଷୀରେ ବଡ କୋଦଣ୍ଡ। ଗ୍ରାମର ବିଦେଶୀ ପ୍ରଧାନଙ୍କ କର୍ମ ଶାଳାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ କର୍ମା ପୂଜା ଅବସରରେ ଓ ବେଦ ପ୍ରଚାର ସମିତିର ପ୍ରଚେଷ୍ଟା ରେ ୫୧କୁଣ୍ଡିୟ ଯଜ୍ଞ ଓ ବେଦ ପ୍ରଚାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଓଡିଶାର କୋଣ ଅନୁକୋଣରେ ପ୍ରସିଦ୍ଧି ଲାଭ କରିଥିବା ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ଯୋଗଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବହୁ ଜନସାଧାରଣ ଓ ତଥା ବେଦ ପ୍ରଚାର ସମିତିର କର୍ମକର୍ତ୍ତା ଯୋଗଦେଇ ଥିଲେ। ସଞ୍ଜୟ ଜେନାଓ ଭଗବାନ ଗୌଡ଼ଙ୍କ ତତ୍ୱବାଧାନରେ ଏବଂ ପୌରହିତ୍ୟରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଲାଲ ମୋହନ ନାୟକ, ଶରତ ମହାନ୍ତି, ସୀମାଞ୍ଚଲ ପଟ୍ଟନାୟକ, ପ୍ରମୋଦ କୁମାର ମହାନ୍ତି, ଟୁନା ଜେନା, ବିଜୟ କୁମାର, ପ୍ରମୋଦ କୁମାର ମହାନ୍ତି, ବାନପ୍ରସ୍ଥୀ ଅନ୍ତର୍ଯ୍ୟାମୀ ଶ୍ରୁତିପଥିକ, ଲିଙ୍ଗରାଜ ନାୟକ, ପତିତ ପ୍ରଧାନ, ଚିନ୍ମୟୀ ଗୌଡ଼, ରୀଙ୍କୁ ପ୍ରଧାନ, ସନ୍ତୋଷ ସ୍ୱାଇଁ, ଆରତୀବାଲା ପ୍ରଧାନ, ପୁଷ୍ପା ରାଣୀ ପ୍ରଧାନ, ପ୍ରମୁଖ ସହଯୋଗ କରିଥିଲେ। ଏହି ପୁଣ୍ୟ ଦିନରେ ମା ତାରିଣୀ ଫର୍ନିଚର କର୍ମଚାରୀଙ୍କୁ ପୂଜ୍ୟ ଗୁରୁଜୀ ସୁଧାନନ୍ଦ ସରସ୍ୱତୀ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


