(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ଦ୍ଵାରା ବ୍ରଜନଗର ସ୍ଥିତ ଏଚ ଡି ଏଫ ସି ବ୍ୟାଙ୍କ ଉପର ମହଲାରେ ଆୟୋଜିତ ମେଗା ରକ୍ତ ଦାନ ଶିବିର ବହୁତ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। କମିଟି ଦ୍ଵାରା ଆୟୋଜିତ ଏହି କ୍ୟାମ୍ପରେ ସମୁଦାୟ ୫୫ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଯାହା ଏକ ସନ୍ତୋଷଜନକ ଉପଲବ୍ଧି ଅଟେ। ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ ଭାବେ ଆମର ସଦସ୍ୟ ମାନଙ୍କ ସହଯୋଗ ଓ ସହାୟତାରେ ଅନୁଷ୍ଠିତ ହୋଇଥିଲା। ତେଣୁ ଏହି ଅବସରରେ କମିଟିର ସମସ୍ତ କାର୍ଯ୍ୟକର୍ତ୍ତା, ସଦସ୍ୟ, ସହଯୋଗୀ ତଥା ଏମ୍ କେ ସି ଜି ମେଡିକାଲ ର ଓଡ଼ିଶା ରକ୍ତ ଭଣ୍ଡାରର ଅଧିକାରୀ ଓ କର୍ମଚାରୀଙ୍କ ଅକୁଣ୍ଠ ସମର୍ଥନ, ସହାୟତା ଓ ସାହାର୍ଯ୍ୟ ନିମନ୍ତେ ସଂଗଠନ ସମସ୍ତଙ୍କୁ ଧନ୍ୟବାଦ ଜଣେଇବା ସହ କୃତଜ୍ଞତା ଜଣାଉଛି। ଯେଉଁଭଳି ଭାବେ ସଫଳତାର ସହ ଏହା ସମ୍ପନ୍ନ ହୋଇପାରିଲା ଏବଂ ଯେଉଁଭଳି ଭାବେ କିଛି ସଦସ୍ୟ ଅତ୍ୟନ୍ତ ସହୃଦୟତାର ସହ ଏହାକୁ ସଫଳ କରିବା ନିମନ୍ତେ ସାହାଯ୍ୟର ହାତ ବଢାଇଲେ ତାହା କମିଟିକୁ ଅତ୍ୟନ୍ତ ଉତ୍ସାହ କରିବା ସହ ସନ୍ତୋଷ ପ୍ରଦାନ କରିଛି। କମିଟିର କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ରକ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଉଦଘାଟନ କରିଥିଲେ। ଏହି ଅବସରରେ ଅନେକ ମନ୍ୟଗଣ ବ୍ୟକ୍ତି ତଥା ରକ୍ତ ଦାନରେ ପ୍ରସିଦ୍ଧି ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କମିଟି ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିବା ପ୍ରମୁଖ ବ୍ୟକ୍ତିବିଶେଷ ମାନଙ୍କ ମଧ୍ୟରେ ଡ ପ୍ରସନ୍ନ ରଥ,ଡ ଅମୂଲ୍ୟ ମିଶ୍ର, ଡ ଦେବାଶିଷ ମହାପାତ୍ର, କପଳ ପ୍ରଶାନ୍ତ, କର୍ପୋରେଟର ଦୁର୍ଗା ପ୍ରସାଦ ଲୟକ, ସଞ୍ଜୟ ଦାସ, ସୁବାଷ ଚନ୍ଦ୍ର ପ୍ରଧାନ, କାଳିଆ ସାହୁ ଓ କାଳିଆ ଗୌଡ଼ ଥିଲେ। ଆଜିର ଏହି କ୍ୟାମ୍ପରେ ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ସଭାପତି ରାଜେନ୍ଦ୍ର କୁମାର ପଣ୍ଡା, ଶିକ୍ଷକ ନେତା ଅଶୋକ ଦଳାଇ, କର୍ମଚାରୀ ନେତା ଶଙ୍କର ମାଝୀ, ହ୍ୟୁମାନ ଟାଇଟସ ପ୍ରୋଟେକ୍ସନର ସଭାପତି ରାମ କୃଷ୍ଣ ପଟ୍ଟନାୟକ, ସମାଜ ସେବୀ ଆଦିତ୍ୟ ନାରାୟଣ ରଥ ଓ ବାସୁଦେବ ସାହୁକାର ପ୍ରମୁଖ ଯୋଗ ଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ। କମିଟି କାର୍ଯ୍ୟକର୍ତ୍ତା ଡ ଶିବ ପ୍ରସାଦ ମିଶ୍ର, ଦେବୀ ପ୍ରସାଦ ଦାସ, ଟି ସୁଦେଶ ପାତ୍ର , ଶ୍ରୀମନ୍ତ ପାଣିଗ୍ରାହୀ, ଅଜିତ୍ ପଟ୍ଟନାୟକ, ଦିଗାମ୍ବର ସାମନ୍ତରାୟ, ଶ୍ରୀକାନ୍ତ ପଢ଼ିହାରି, ସି ଏଚ୍ ରାମ କ୍ରିଷ୍ଣା ଦାସ, ଅନିଲ ଅଧିକାରୀ, ରାଜେନ୍ଦ୍ର କୁମାର ଜେନା, ଲକ୍ଷ୍ମୀ କାନ୍ତ ଜେନା, ପ୍ରେମାନନ୍ଦ ବେହେରା, କାଳୁ ପାତ୍ର, ଜିତେନ୍ଦ୍ର କୁମାର ପାଢ଼ୀ, ପ୍ରଦୀପ ସାହୁ, ପ୍ରଫେସର ରଙ୍ଗନାଥ ମିଶ୍ର, ନଳିନୀ କାନ୍ତ ଚୌଧୁରୀ, ବିଭୂତି ଭୂଷଣ ପାତ୍ର,ଏମ୍ ନରସିଂହ ପାତ୍ର, ସୁଶାନ୍ତ କୁମାର ସାହୁ , ଋଷିଦେବ ସାହୁ, ଯୋଗିନ୍ଦର ବକ୍ସି, ଅଶ୍ୱିନ ସାହୁ, ନାରାୟଣ ବିଶ୍ଵାଳ, ସମନ୍ଦର ଦାସ, ଗଣେଶ ଦାସ, ଲୋକନାଥ ପରିଡ଼ା, ପ୍ରଣବ କୁମାର ପଣ୍ଡା, ଦୀପକ ଦୋରା, ଓ କାହୁଁ ପତି ପ୍ରମୁଖ ଉପସ୍ଥିତ ରହି କ୍ୟାମ୍ପ ପରିଚାଳନାରେ ସହଯୋଗ କରିଥିଲେ।


