ଅଧାକାମରେ ଝଗଡେଈ, ମଙ୍ଗଳପୁର ରାସ୍ତା ବିଭାଗୀୟ ଅଧିକାରୀ ମାନେ ଚୂପ..!

(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

ଆସିକା ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀ ରେ ରାଜନେତା ମାନେ ନିର୍ବାଚନ ପୂର୍ବରୁ ବିଭିନ୍ନ ପ୍ରତିଶ୍ରୁତି ସାଧାରଣ ଜନତା ଙ୍କୁ ଦେଈ ଥାଆନ୍ତି କିନ୍ତୁ ନିର୍ବାଚନ ସରିଗଲା ପରେ ଆଉ କିଏ ସାଧାରଣ ଜନତା ଙ୍କ ଦୁଃଖ ବୁଝିବ। ଏମିତି ଅନେକ ଘଟଣା ଆସିକା ବ୍ଳକର ଝଗଡେଈ ଛକ ଠାରୁ ମଙ୍ଗଳପୁର ଗାଁ କୁ ଯାତା ହେଉଥିବା ଏକ ମାତ୍ର ରାସ୍ତା ବିପଦପୂର୍ଣ୍ଣ ଅବସ୍ଥା ଦେଈ ଗତି କରୁଛି। ଏହି ରାସ୍ତା ଦେଈ ଦିନକୁ ଶହ ଶହ ସ୍କୁଲ ଛାତ୍ରଛାତ୍ରୀ ମାନେ ପାଠ ପଡିବା ପାଇଁ ସାଇକେଲରେ ଦୈନିକ ଯିବା ଆସିବା କରନ୍ତି। ବର୍ଷା ହେଲେ ଖାଲରେ ପାଣି ଜମା ହେଉଛି ଛାତ୍ର ଛାତ୍ରୀ ମାନେ ଏବଂ ଝଗଡେଈ ମଙ୍ଗଳପୁର ରାସ୍ତା ଦେଈ ଯାଉଥିବା ବ୍ୟବସାୟୀ ମାନେ ମଧ୍ୟ ଦୂର୍ଘଟଣା ର ସମୁଖୀନ ହେଉଛନ୍ତି। ଓଡ଼ିଶା ସରକାର ଙ୍କ ଏତେ ସବୁ ସୁବିଧା ଥାଈ ମଧ୍ୟ କାମ ଠିକ୍ ରେ ହେଉନଥବାର ଅଭିଯୋଗ ସ୍ଥାନୀୟ ବାସିନ୍ଦାମାନେ କରିଛନ୍ତି। ନିମ୍ନ ମାନର କାମ ହେଉଛି। ସ୍ଥାନୀୟ ବାସିନ୍ଦାମାନେ ବାରମ୍ବାର ପୂର୍ତ୍ତ ବିଭାଗ,ବ୍ଳକ ପ୍ରଶାସନ ଅଧିକାରୀ, ସରପଞ୍ଚ ଙ୍କୁ ଜଣାଈଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି। ଜିଲ୍ଲା ପ୍ରଶାସନ ଏଥି ପାଇଁ ଧ୍ୟାନ ଦବା ପାଇଁ ସାଧାରଣ ଜନତା ଦାବି କରିଛନ୍ତି।

Post a Comment

Previous Post Next Post