(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍
ଜଗନ୍ନାଥପ୍ରସାଦ :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବିଡ଼ିପୁର ପଂଚାୟତ ସ୍ଥିତ ସୋରିଷମୁଳି ଗାଁ ରେ ଆଜି ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ପଡି ୭୫ ବର୍ଷୀୟ ବୃଧ ଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସୋରିଷମୁଳି ଗାଁ ର ଗଦାଧର ପାତ୍ର । ଆଜି ଗାଁ ପୋଖରୀକୁ ଗାଧୋବାକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଫେରିନଥିଲେ । ବିଳମ୍ବ ହେବାରୁ ବଡ଼ ପୁଅ ନାରାୟଣ ପାତ୍ର ବିଭିନ୍ନ ସ୍ଥାନ ଖୋଜି ଖୋଜି ଶେଷରେ ପୋଖରୀ ଆଡ଼କୁ ଯାଇ ପଂହଁଚିଥିଲେ । ଦେଖିବା ବେଳେ ପାହୁଚରେ ଚପଲ, ବାଲତି ଥୁଆ ହୋଇଥିବା ବେଳେ ପାଣିରେ ବାପା ଭାସୁଥିବା ଦେଖିଥିଲେ । ସେ ବ୍ୟସ୍ତ ହୋଇପଡି ନିକଟରେ ଥିବା କିଛି ଯୁବକଙ୍କ ସହାୟତାରେ ବାପାଙ୍କ ଶରୀରକୁ ପୋଖରୀରୁ ଉଧାର କରି ଜଗନ୍ନାଥପ୍ରସାଦ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପଂହଁଚି ଶବକୁ ବ୍ୟବଛେଦ ପାଇଁ ଭଞ୍ଜନଗର ମେଡ଼ିକାଲ କୁ ପଠାଇଛନ୍ତି |