ଆର୍ଯ୍ୟଭଟ୍ଟ ପକ୍ଷରୁ ନିଆରା ଢଙ୍ଗରେ ସ୍ଵାଧୀନତା ଦିବସ ପାଳିତ

(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଦେଶର ୭୮ ତମ ସ୍ଵାଧୀନତା ଦିବସ ଆର୍ଯ୍ୟଭଟ୍ଟ ବ୍ରହ୍ମପୁରରେ ନିଆରା ଢଙ୍ଗରେ ପାଳିତ ହୋଇଥିଲା। ସକାଳେ ଦେଶାତ୍ମ ବୋଧ ସଙ୍ଗୀତ ଗାନ ପରେ ଅନୁଷ୍ଠାନ ମୂଖ୍ୟ ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଚଳିତ ସପ୍ତାହରେ ବିଭିନ୍ନ ସ୍କୁଲ ଡ କଲେଜ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ବତ୍କୃତା(ବିଷୟ-ଉଗ୍ର ଜାତୀୟତାବାଦ ଦେଶ,ସମାଜ ଓ ବିଶ୍ଵ ପାଇଁ ବିପଦ), ରଚନା(ବିଷୟ-ସୁସ୍ଥ ପରିବେଶ ଏକ ମାନବାଧିକାର), କବିତା(ସାରମର୍ମ-ପ୍ରକୃତି ଆମ ସ୍ନେହମୟୀ ମା') ଓ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗୀତା ମାନଙ୍କରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ବରିଷ୍ଠ ଶିକ୍ଷାବିତ ଶ୍ୟାମ ସୁନ୍ଦର ଖାଡଙ୍ଗା ଅତିଥିଭାବେ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଯୁବ ଛାତ୍ର ଗୋଷ୍ଠିର ଦାୟୀତ୍ଵ ବିଷୟରେ ବୁଝାଇଥିଲେ ଓ ଅନୁଷ୍ଠାନ ମୂଖ୍ୟ ସୁଧୀର ରାଉତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ପ୍ରତିକ ଦେଶ ତଥା ବୈଶ୍ଵିକ ପରିସ୍ଥିତି ବିଷୟରେ ଜଣାଇ ସମସ୍ତଙ୍କୁ କୁସଂସ୍କାର, ଅନ୍ଧବିଶ୍ୱାସ, ସାମ୍ପ୍ରଦାୟୀକତା ,ଅସୁୟା ତଥା ଘୃଣା ର ଉର୍ଦ୍ଧ୍ଵରେ ରହି ସମାଜର ମଙ୍ଗଳ ପାଇଁ କାମ କରିବା ସହ ବିଶ୍ଵକୁ ମାତି ଆସୁଥିବା ଜଳବାୟୁ ପରିବର୍ତ୍ତନ ବିପଦରୁ ମୁକ୍ତ ରଖିବା ଦିଗରେ କାମ କରିବା ପାଇଁ ଆହ୍ଵାନ ଦେଇଥିଲେ।

   ଏହାପରେ ଛାତ୍ର ଛାତ୍ରୀ ମାନେ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ର ସ୍ୱେଚ୍ଛା ସେବୀଙ୍କ ସହ ଏକଦା ସମ୍ପୂର୍ଣ୍ଣ ବୃକ୍ଷହୀନ ଓ ଲଣ୍ଡା ଥିବା  ଓ ଆର୍ଯ୍ୟଭଟ୍ଟ  ଫାଉଣ୍ଡେସନ ଦ୍ଵାରା  ବନୀକରଣ କରାଯାଇଥିବା ପାହାଡରେ ଅଧିକ ବନୀକରଣ କରିବାପାଇଁ କ୍ଵାମୀ ନାରା ଓ ଦେଶାତ୍ମବୋଧକ ସଙ୍ଗୀତ ସହ ୭୮ ଟି ବୃକ୍ଷରୋପଣ କରିଥିଲେ ଓ ପ୍ରାୟ ୪୦ ହଜାର ମଞ୍ଜି ଗୁଳା ଫିଙ୍ଗିଥିଲେ । ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଏହି ନିଆରା ଢଙ୍ଗରେ ପାଳିତ ସ୍ଵାଧୀନତା ଦିବସକୁ ଉପଭୋଗ କରିବା ସହ ଭବିଷ୍ୟତ ପିଢ଼ୀ ପାଇଁ ପୃଥିବୀକୁ ସୁରକ୍ଷିତ ରଖିବା ପ୍ରୟାସକୁ ସାଧୁବାଦ ଜଣାଇଥିଲେ ।

   କାର୍ଯ୍ୟକ୍ରମରେ ଆର୍ଯ୍ୟଭଟ୍ଟ ସ୍ୱେଚ୍ଛାସେବୀ ସୁଶାନ୍ତ ମହାନ୍ତି, ଶୁଭେନ୍ଦୁପାତ୍ର, ଭୀମ ରାଜୁପାତ୍ର, K.ଘନ ଶ୍ୟାମ, ସନ୍ତୋଷ ବେହେରା , ତପନ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ।

Post a Comment

Previous Post Next Post