ମୋଟୁ ରେ ହେଲା ହର ଘର ତ୍ରିରଙ୍ଗା ଶୋଭା ଯାତ୍ରା, ପିଲା ଖାଇଲେ ଏକ୍ସପାରୀ ବିସ୍କୁଟ | ପଞ୍ଚାୟତ କର୍ମଚାରୀଙ୍କ କାର୍ଯାନୁଷ୍ଠାନ ଦାବିରେ ମୋଟୁ ଅଞ୍ଚଳ ବାସି |

ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଠାରେ ହୋଇଥିବା ହର ଘର ତ୍ରିରଙ୍ଗା ଶୋଭା ଯାତ୍ରା ପରେ ପିଲା ଖାଇଲେ ଏକ୍ସପାରୀ ବିସ୍କୁଟ । ଏଭଲି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମୋଟୁ ପଞ୍ଚାୟତ ପକ୍ଷରୁ ଆୟୋଜନ କରାଯାଇଥିବା ହର ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମରେ।ସୂଚନା ଥାଉ କି ମୋଟୁ ଗ୍ରାମ ପଞ୍ଚାୟତ ଠାରୁ ବାହାରି ଜଗନ୍ନାଥ ମନ୍ଦିର ଏବଂ ମୋଟୁ ଗ୍ରାମର ଘର ଘର ବୁଲି ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତକା ଲୋଗେଇବା ପାଇଁ ସଚେତନ କରିଥିଲେ | ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ମୋଟୁ ଗ୍ରାମ ପଞ୍ଚାୟତ ସମସ୍ତ କର୍ମଚାରି,ସରପଞ୍ଚ, ନାଏବ ସରପଞ୍ଚ,ମିଶନ ଶକ୍ତି ଗ୍ରୁପ ମହିଳା, ଗ୍ରାମ ବାସି ଏବଂ ମୋଟୁ ଗ୍ରାମରେ ଥିବା ତିନୋଟି ବିଦ୍ୟାଳୟ ର ଶିକ୍ଷକ ଙ୍କ ସମେତ ପ୍ରାୟ 250 ରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନେ। ଶୋଭାଯାତ୍ରା ପରେ ମୋଟୁ ପଞ୍ଚାୟତ କାର୍ଯ୍ୟାଳୟ ରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପାନୀୟ ଜଳ ସହ ବିସ୍କୁଟ ର ବ୍ୟବସ୍ତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ମାନେ ବିସ୍କୁଟ ପାଇଥିଲେ। ଯାହା ଏକ୍ସପାରୀ ହୋଇ ଯାଇଛି। ଏହାର ଏକ୍ସପାରୀ 7 ଅଗଷ୍ଟ ରେ ହୋଇ ସାରିଛି। କିଭଲି ପଂଚାୟତ କାର୍ଯ୍ୟାଳୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଏଭଲି ଘଟଣା ଘଟିଲା ତାହାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ମୋଟୁ ଅଞ୍ଚଳବାସୀ। ଦୋକାନୀ ମାନେ କୌଣସି ପ୍ରକାର ଏକ୍ସପାରି ଦ୍ରବ୍ୟ ବିକ୍ରି କଲେ ଏଥି ପ୍ରତି କାର୍ଯ୍ୟାନୁଷ୍ଠାନ ନିଆ ଯାଇଥାଏ। ହେଲେ ପଞ୍ଚାୟତ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏଭଳି ବ୍ୟତିକ୍ରମ ହେବା କେତେ ଦୂର ଗ୍ରହଣୀୟ ତାହା ଏବେ ସାଧାରଣ ରେ ଚୋର୍ଚ୍ଚା ଜୋର ଧରିଛି । ଏ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଏହା ପଞ୍ଚାୟତ ପକ୍ଷରୁ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ଏ ବିଷୟରେ ଆମେ ଜାଣି ନାହୁଁ ବଲି ମତ ପ୍ରକାଶ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ସେପଟେ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସରପଞ୍ଚ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ | ଏଠି ପ୍ରଶ୍ନ ଉଠୁଛି ବର୍ତ୍ତମାନ ସୁଦ୍ଧା ଏକ୍ସପାରୀ ଡେଟ ବିସ୍କୁଟ ଖାଇଥିବା ଛାତ୍ର ଛାତ୍ରୀଙ୍କ ଦେହ ଅସୁସ୍ଥ ହୋଇ ନ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଛାତ୍ର ଛାତ୍ରୀ ଙ୍କ ଦେହ ଅସୁସ୍ଥ କିମ୍ବା କୌଣସି ଅପ୍ରିତିକର ଘଟଣା ଘଟିଲେ ତାହାର ଦାୟୀ କିଏ ହେବେ | ତେଣୁ ପଞ୍ଚାୟତ କାର୍ଯ୍ୟାଳୟ ଦାୟିତ୍ୱ ରେ ରହି ଦାୟିତ୍ୱ କୁ ଅବହେଳା କରିଥିବା ସରକାରୀ କର୍ମଚାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହୋଇଛି | ଏ ବାବଦରେ କାଲିମେଳା ବି ଡ଼ି ଓ ପ୍ରଦୀପ କୁମାର କର ଙ୍କୁ ଫୋନ ଯୋଗେ ପଚାରିବାରୁ ମୁଁ ଜାଣିନି ପଚାରି ବୁଝିବି କହି ଫୋନ କାଟିଦେଲେ |

Post a Comment

Previous Post Next Post