ବାଇକ ରାଲି ମାଧ୍ୟମରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ

 


ମୋ ନିୟୁଜ ଓଡିଶା ମିଶନ ଶକ୍ତି ବିଭ ବିଭାଗ ପକ୍ଷରୁ ହର ଘର ତ୍ରିରଙ୍ଗା କୃତି ପ୍ରତିଯୋଗୀଙ୍କୁ ବିଡ଼ିଓଙ୍କ ଉପସ୍ଥିତରେ ପୁରସ୍କାର ପ୍ରଦାନ କଲେ ବିଧାୟକ,ବେଗୁନିଆପଡା, ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ଆଜି ସ୍ବାଧୀନତା ଦିବସ ପାଳିତ ହୋଇଥ‌ିବା ବେଳେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ଉତ୍ସବ ମୁଖର ଥୂଲା ବେଗୁନିଆପଡା ବ୍ଲକ ପରିବେଶ | ଏକ ବିଶାଳ ବାଇକ ରାଲିରେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଯୋଗ ଦେଇ ଭାରତ ମାତାର ଗୁଣ‌ଗାନ କରିବା ସହିତ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମକୁ ନେଇ ବେଶ ଖୁସି ବ୍ୟକ୍ତି କରିଥିଲେ | ପରେ ମିଶନ ଶକ୍ତି ବିଭାଗ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ନେଇ ବକୃତା ଓ ସଂଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ବି ପି ସି ଦିଲ୍ଲୀପ କୁମାର ବେହେରା ବି ପି ଏମ ଜ୍ଞାନ ରଞ୍ଜନ ରାଉତ ବି ଏଲ ସି ଦେବରାଜ ବେହେରା ଉପସ୍ଥିତ ଥିଲେ । ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ବ୍ଲକ ପରିସରରେ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କ ଉପସ୍ଥିତିରେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ପୁରସ୍କାର ବିତରଣ କରିଥିଲେ । ଶ୍ରୀ ନାୟକ ବ୍ଲକକୁ ଆସି ମହାପୁରୁଷ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ମିଶନ ଶକ୍ତି ମହିଳାଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପଦାର୍ଥ ବୁଲି ଦେଖି ଥିଲେ।ସ୍ବାଧୀନତା ଦିବସର ତତ୍ପର୍ଯ୍ୟ ଓ ସ୍ବାଧୀନତା ସଂଗ୍ରାମଙ୍କ ବଳିଦାନ ଉପରେ ଆଲୋଚନା କରିବା ସହ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ ।

Post a Comment

Previous Post Next Post