କ୍ରାନ୍ତି,ବ୍ରହ୍ମପୁର ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ “ମା’ ତୁଝେ ସାଲାମ୍‌ – ୨୦୨୪” ରେ ଆହ୍ୱାନ

(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

ବ୍ରହ୍ମପୁର  :ମୋ ନିୟୁଜ ଓଡିଶା ୭୮ତମ ସ୍ଵାଧୀନତା ଦିବସ ଅବସରରେ ସ୍ଥାନୀୟ ହିଲ୍‌ପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ  ରଙ୍ଗାରଙ୍ଗ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ “ମା’ ତୁଝେ ସାଲାମ୍‌ – ୨୦୨୪” ରେ ଆହ୍ୱାନ " ଆମେ ଏକତ୍ରିତ ହୋଇ କର୍କଟ ରୋଗରୁ ସ୍ଵାଧୀନତା ପାଇଁ ସଂଗ୍ରାମ ଜାରି ରଖିବୁ" । ସମସ୍ତ ଅତିଥି ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ।କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡ଼ଃ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ପୂର୍ବତନ ବିଧାୟକ ଡ଼ା ରମେଶଚନ୍ଦ୍ର ଚାୟୁପଟ୍ଟନାୟକ  ହୋଇଥିବା ବେଳେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ,ବି ଏମ୍ ସି ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଆଇଏସ୍‌ରଡି ଡାଇରେକ୍ଟର ସୁଧୀର କୁମାର ସାବତ, ବ୍ରହ୍ମପୁର ଅର୍ବାନ ବ୍ୟାଙ୍କ ସଭାପତି ଆର. ମୁରଲୀ ମୋହନ,ବି ଏମ୍ ସି କର୍ପୋରେଟର ଆର. ପାୱନି, ଟି. ତିରୁପତି ପାତ୍ର ଓ ସମାଜସେବି ନିରଞ୍ଜନ ବେହେରା  ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ଵାଧୀନତା ଦିବସର ମହତ୍ବ ଉପରେ ଆଲୋକ ପାତ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଦିଗ୍‌ଦର୍ଶନ ଦେଇ ଉତ୍ସାହିତ କରିଥିଲେ ।

ବଳରାମ ଆନାଙ୍କ ବାନ୍ଦିଦେ ରାକ୍ଷୀ ର ଆଲବମ ଭିଡିଓ ଉଦଘାଟନ କରାଯାଇ ସମସ୍ତ କଳାକାର ମାନଙ୍କୁ ସମ୍ମାନିତ କରା ଯାଇଥିଲା । ଏହି ଭିଡିଓ ଦେଖି ଉପସ୍ଥିତ ଦର୍ଶକଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା।

ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ୮ଟି ସ୍କୁଲ ଦଳ ଗତ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ,

ଦଳଗତ ନୃତ୍ୟ ରେ ହିଞ୍ଜିଳିକାଟୁ ସ୍ଥିତ ଓମ୍ ଶ୍ରୀ ଇଣ୍ଟରନେସନାଲ ସ୍କୁଲ, ଅଙ୍କୁଶପୁର ସ୍ଥିତ ତକ୍ଷଶିଳା ସ୍କୁଲ, ଲିଟଲ ସ୍କୋଲର ସ୍କୁଲ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ପାଇ ପୁରସ୍କୃତ ହୋଇଥିଲେ ।ଗଞ୍ଜାମ ଜିଲ୍ଲାର ୪୦ଟି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ପ୍ରାୟ ୧୨୦୦ ଛାତ୍ରଛାତ୍ରୀ ମାନଙ୍କୁ  ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର ସହକାରୀ କାର୍ଯ୍ୟନିର୍ବାହୀ ଶ୍ରୀମତୀ ନିର୍ମଳା ଦାଶ, ଦେବରାଜ ରାଉତ, ସ୍ନିଗ୍ଧାରାଣୀ ମହାରଣା, , ରାଜାରାମ ପାଢ଼ୀ,ଅରୁଣ କୁମାର ପଟ୍ଟନାୟକ, ପରମାନନ୍ଦ ପଣ୍ଡା, , ଅନିଲ୍ କୁମାର ସେଠୀ, ଧନଜୟ ପାଣିଗ୍ରାହି, ଚର୍ଚ୍ଚିକା ଦାଶ, ଚିନ୍ମୟାନନ୍ଦ ଦାଶ,ମହେଶ ପାଢ଼ୀଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ, ଶେଷରେ ନିର୍ମଳା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post