କୋଦଳା ଏନ ଏ ସି ର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି

 


  ମୋ ନିୟୁଜ ଓଡିଶା କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ପତ୍ତାକା ଉତ୍ତୋଳନ କରିଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ ଭାରତକୁ ସ୍ୱାଧୀନତା ଦେଇଥିବା ମହାପୁରୁଷ ମାନଙ୍କ ସ୍ମୃତି ଚାରଣ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ୍ୟ ରଞ୍ଜିତା ସେଠି, କାଉନସିଲର ରିତାରାଣୀ ମିଶ୍ର ସମେତ ଏନ୍ଏସି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।   ଉକ୍ତ କାର୍ଯ୍ୟକ୍ରମରେ  ଅଙ୍ଗନୱାଡି ଶିଶୁ ଓ ମହିଳା ମା ଓ ବହୁ ସମାଜସେବୀ ଉପସ୍ଥିତ ଥିଲେ,ସେହିପରି ଗଣେଶ ଯୁବକ ସଙ୍ଘ,ଥାନା ପରିସର ରେ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା,ପତାକା ଉତ୍ତୋଳନ କରିଥିଲେ ।,ମେଡିକାଲ, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଗୁଡିକରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।

Post a Comment

Previous Post Next Post