ଭତ୍ତା ବୃଦ୍ଧି ପ୍ରତାରଣାକୁ ନେଇ ସୋରଡ଼ା ବିଜୁଜନତା ପକ୍ଷରୁ ଜନଜାଗରଣ ସମାବେଶ

 


ଭଞ୍ଜନଗର ମୋ ନିୟୁଜ ଓଡିଶା : ସୋରଡା ବିଧାନସଭା ମଣ୍ଡଳି ଅନ୍ତର୍ଗତ ବେଲଗୁଣ୍ଠା ବ୍ଳକର ତନରଡା ଗ୍ରାମପଞ୍ଚାୟତ ଠାରେ ବିଜେଡି ପକ୍ଷରୁ ଜନଜାଗରଣ ଯାତ୍ରା ଆରମ୍ଭ ହୋଇଯାଇଛି। ଏହି ଜନଜାଗରଣ ଯାତ୍ରାରେ ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ସମେତ ବହୁ ବିଜେଡି କର୍ମି ସାମିଲ୍ ହୋଇଥିଲେ। ଏଥିସହ ତନରଡା ଗ୍ରାମପଞ୍ଚାୟତର ବିଭିନ୍ନ ୱାଡକୁ ବୁଲି ବିଜେପି ସରକାର ବିରୋଧରେ ନାରା ଦେବା ସହିତ ବିଜେପି ସରକାରର ଦେଇଥିବା ପ୍ରତଶ୍ରୁତି ଅନୁସାରେ ୩୦୦୦ଟଙ୍କା ଭତ୍ତା ଯୋଗାଇଦେବା ପାଇଁ ବିଜେଡି ପକ୍ଷରୁ ଦାବି କରାଯିବା ସହ ୩୦୦ ୟୁନିଟ ବିଜୁଳି ବିଲ କେବେ ଛାଡ଼ ହବ ବୋଲି ବିଜେଡି ପ୍ରଶ୍ନ କରିଛି। ମିଛ ପ୍ରତିଶୃତି ଦେଇ ବିଜେପି କ୍ଷମତାକୁ ଆସିଥିବା ବିଜେଡି ଜନସାଧାରଣଙ୍କୁ କହିଛି। ଏହି ଜନଜାଗରଣ ସଭାରେ ତନରଡା ଗ୍ରାମ ପଂଚାୟତର ସରପଞ୍ଚ ବିଜୁ ଜନତା ଦଳକୁ ଘର ବାହୁଡା଼ ହେବା ସହିତ ଶତାଧିକ କର୍ମୀଙ୍କୁ ସାଙ୍ଗରେ ନେଇ ଆଜିର କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ଏବଂ ବିଜେପି ସରକାର ମିଛପ୍ରତିଶୃତି ବିରୁଦ୍ଧରେ ରଣହୁଙ୍କର ଦେଇଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post