ସ୍କୁଲ ଭିତରୁ ଏଲ୍ ଇଡି ଟିଭି ଚୋରୀ, କୂଅରୁ ଉଦ୍ଧାର କଲେ ପୋଲିସ ଓ ଅଗ୍ନିଶମ ବାହିନୀ

 


 ମୋ ନିୟୁଜ ଓଡିଶା ବିଦ୍ୟାଳୟ ଭିତରେ ଲାଗିଥିବା ଏଲ୍ ଇଡି ଟିଭି ଚୋରୀ। ତାଲା ଭାଙ୍ଗି ଚୋରୀ କରି ନେଇ ଯାଇଥିଲେ କିଛି ନାବାଳକକଂ ସହ ଜଣେ ସାବାଳକ ଯୁବକ। ହେଲେ ୫୩ ଇଞ୍ଚିଆ ଏଲ୍ ଇଡି ଟିଭି ଚୋରୀ କରି କେଉଁଠି ବିକ୍ରି କରି ନପାରି ଅଡୁଆରେ ଫଶିଗଲେ। କୂଅ ଭିତରେ ଫୋପାଡି ଦେଇଥିଲେ। କୂଅରୁ ଉଦ୍ଧାର କରିଛି ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ।ଗଞ୍ଜାମ ଜିଲ୍ଲା ଏସ୍ ଛଚିନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏଭଳି ଏକ ଘଟଣା। ସ୍କୁଲ ଭିତରୁ ଏଲ୍ ଇଡି ଟିଭି ଚୋରୀ ହୋଇଥିବା ନେଇ ବେଗୁନିଆପଡ଼ା ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଗତକାଲି ସନ୍ଦେହରେ ଜଣକୁ ଅଟକ ରଖି ପଚରାଉଚରା କରିବା ପରେ ଘଟଣାର ସତ ବଖାଣିଥିଲେ ଅଟକ ଯୁବକ। ମଂଗଳବାର ବେଗୁନିଆପଡ଼ା ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଏସ୍ ଛଚିନା ଠାରେ ଥିବା ଏକ କୂଅ ଭିତରୁ ଉକ୍ତ ଟିଭିକୁ ବାହାର କରିଛନ୍ତି। ଘଟଣାରେ ୨ ନାବାଳକ ଅଭିଯୁକ୍ତ ଥିବା ବେଳେ ଜଣେ ୨୦ ବର୍ଷର ଯୁବକ ରହିଛନ୍ତି। ସେ ହେଲେ ଏସ୍ ଛଚିନାର ଦୀପକ ବେହେରା ।ତାକୁଂ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଅନ୍ଯ ୨ ନାବାଳକ ଅଭିଯୁକ୍ତଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି।

Post a Comment

Previous Post Next Post