ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ପାରଳାରେ ୧୦, ମୋହନାରେ ୭ ପ୍ରାର୍ଥୀ ରହିଲେ


ଗଜପତୀ ମୋ ନିୟୁଜ ଓଡିଶା ମନୋଜ କୁମାର ପାଢ଼ୀ (୧/୫/୨୦୨୪):ଗତକାଲି ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଗଜପତି ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ ଆସନ ପାରଳାଖେମୁଣ୍ଡିରୁ ଜଣେ ଏବଂ ମୋହନାରୁ ଜଣେ ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ଫଳରେ ମୋହନା ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ କ୍ଷେତ୍ରରେ ୭ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦୀତା କରିବେ। ସେହିପରି ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀରେ ୭ ଜଣ ପ୍ରତିଦ୍ବନ୍ଦୀତା କରିବେ । ପାରଳାଖେମୁଣ୍ଡି ବିଧାନସଭା ଆସନରେ ଜଣେ ମାତ୍ର ମହିଳା ପ୍ରାର୍ଥୀଙ୍କ ସମେତ ୧୧ ଜଣ ବିଧାୟକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ I   ସୋମବାର ୪ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି। ସେହିଭଳି ମୋହନା ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୮ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ | ଏଥ୍ ମଧ୍ୟରୁ ସ୍ବାଧୀନ ପ୍ରାର୍ଥି ଭାବେ ନାମାଙ୍କନ ଦାଖଲ କରିଥିବା ପୂର୍ଣଚନ୍ଦ୍ର ଗମାଙ୍ଗ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଫଳରେ ମୋହନା ବିଧାନସଭା ଆସନରେ ୭ ଜଣ ପ୍ରତିଦ୍ବନ୍ଦୀତା କରିବେ। ବିଜେଡିରୁ ଅନ୍ତର୍ଯ୍ୟାମୀ ଗମାଙ୍ଗ, ବିଜେପିରୁ ପ୍ରଶାନ୍ତ କୁମାର ମଲ୍ଲିକ, କଂଗ୍ରେସରୁ ଦାଶରଥି ଗମାଙ୍ଗ, ମାନସ ଲୋକଶକ୍ତି ଦଳର ଯୋହନ ମଳିକ, ସ୍ବାଧୀନ ପ୍ରାର୍ଥୀ ଦଣ୍ଡାସୀ ଖଣ୍ଡୁଆଳ, ମଜେଶ ଦଳବେହେରା ଓ ରୁବେନ ମଣ୍ଡଳ ଏବେ ନିର୍ବାଚନ ମଇଦାନରେ ରହିଛନ୍ତି। ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡିର ଇଂ. ରୂପେଶ କୁମାର ପାଣିଗ୍ରାହୀ, ବିଜେପିର କେ ନାରାୟଣ ରାଓ, କଂଗ୍ରେସର ବିଜୟ କୁମାର ପଟ୍ଟନାୟକ, ଆପର ମନୋଜ କୁମାର ବଡନାୟକ ଏବଂ ସ୍ବାଧୀନ ପ୍ରାର୍ଥି ଭାବେ ଆମୋଦ କୁମାର ବର୍ଷନ ଓ ବିକାଶ ଚନ୍ଦ୍ର ସିଂ ନିର୍ବାଚନ ମଇଦାନରେ ରହିଛନ୍ତି।

1 Comments

  1. Bhai apna talika ta bhool lekhichanti. Gajapati published talikata thik se padhi niya.. na mu tama editor ku patheibi.

    ReplyDelete
Previous Post Next Post