ବାର୍ଦ୍ଧକ୍ୟ ଭତ୍ତା ଦ୍ୱାରରେ ପହଞ୍ଚାଇବା ପ୍ରତିଶ୍ରୁତି ଦେଇ ଭୋଟ ଭିକ୍ଷା କରୁଛନ୍ତି ସ୍ଵାଧୀନ ବିଧାୟକ ପ୍ରାର୍ଥୀ ସାମ୍ବାଦି

ଗଜପତି ମୋ ନିୟୁଜ ଓଡିଶା -୧/୫/୨୦୨୪): ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀ ପାଇଁ ବିଜେପି, ବିଜେଡି, କଂଗ୍ରେସ ହାଇ ଭୋଲଟେଜ ନିର୍ବାଚନ ପ୍ରଚାର ପ୍ରସାରରେ ନିଜ ଦମ୍ ଦେଖାଉଛନ୍ତି । ସେଥିରୁ ବାଦ୍ ପଡି ନାହାନ୍ତି ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଅମୋଦ କୁମାର ବର୍ଦ୍ଧନ କିନ୍ତୁ ତାଙ୍କ ପ୍ରଚାର ମାଧ୍ୟମ କିଛି ନିଆରା ଓ ଭିନ୍ନ ଢଙ୍ଗର, କାରଣ ନିର୍ବାଚନ ପ୍ରଚାର ମାଧ୍ୟମରେ ସେ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବାରେ ସଫଳ ହେଉଛନ୍ତି ମଧ୍ୟ ଅମୋଦ କୁମାର ବର୍ଦ୍ଧନ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗ୍ରାମରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି ଏବଂ ତୃଣମୂଳ ସ୍ତରର ସମସ୍ୟା ବୁଝୁଛନ୍ତି। ଦାରିଦ୍ର୍ୟ ଏବଂ ବେକାରୀ କାରଣରୁ ବାଳକ ବାଳିକା ପାଠ ପଢ଼ିବା ବୟସରେ ସ୍କୁଲ ଓ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ।ଅଧିକାଂଶ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ଆଜି ମଧ୍ୟ ବୃଦ୍ଧାବୃଦ୍ଧଙ୍କୁ ସେମାନଙ୍କର ମାସିକ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ମାଇଲ୍ ମାଇଲ୍ ଚାଲିବାକୁ ପଡୁଛି ଯାହା ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଷୟକ ଘଟଣା | ଗୁମ୍ମାବ୍ଲକ ଅନ୍ତର୍ଗତ ସେରଙ୍ଗ ଗ୍ରାମପଞ୍ଚାୟତ ତାରବଲ୍ ଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ୬୫ ବର୍ଷ ବୟସର ବୃଦ୍ଧ ମହିଳା ଯିଏକି ତାଙ୍କ ପିଠିକୁ ସିଧା କରିପାରେ ନାହିଁ ୧୦୦୦ ଟଙ୍କା ପେନ୍ସନ୍ ପାଇବା ପାଇଁ ପ୍ରାୟ ୩ କିଲୋମିଟର ଚାଲି ପଞ୍ଚାୟତ ଅଫିସ୍ ଯିବାର ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି | ତେବେ ଏହିଭଳି ଗରିବ ଲୋକମାନଙ୍କର ଦୁଃଖ ଓ ଯନ୍ତ୍ରଣାକୁ ଦେଖି ଅମୋଦ କୁମାର ବର୍ଦ୍ଧନ, ପ୍ରଥମ ଥର ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଭାବେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦିତା କରୁଛନ୍ତି ।ତାଙ୍କ ଚିହ୍ନ ତୂରୀ ଚିହ୍ନ । ଈଶ୍ବରଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ଆଶୀର୍ବାଦ ଓ ସହଯୋଗ ଦ୍ୱାରା ସେ ଯଦି ବିଜୟ ଲାଭ କରନ୍ତି ତେବେ ଗରିବ ବୃଦ୍ଧ ମହିଳା ,ପୁରୁଷ ଉଭୟେ ନିଜ ଘରେ ଥିଲେ ସୁଦ୍ଧା ସେମାନଙ୍କ ମାସିକ ବାର୍ଦ୍ଧକ୍ୟ ଭତ୍ତା ପାଇ ପାରିବେ, ଏଭଳି ଏକ ଯୋଜନା କାର୍ଯ୍ୟକାରୀ କରିବାର ପ୍ରତିଶ୍ରୁତି ଦେଇଛନ୍ତି |ତୂରୀ ଚିହ୍ନ ପାଇବା ପରେ ଶ୍ରୀ ବର୍ଦ୍ଧନ ପାରାଲାଖେମୁଣ୍ଡି ସ୍ଥିତ ୬ ନମ୍ବର ୱାର୍ଡକୁ ପରିଦର୍ଶନ କରିଥିଲେ ଏବଂ ଏହି ୱାର୍ଡର ଭୋଟର୍ ବାଦ୍ୟଯନ୍ତ୍ର ବଜାଇ ବିପୁଳ ମାତ୍ରାରେ ସ୍ବାଗତ କରିଥିଲେ ।ମଧ୍ୟ ଶ୍ରୀ ବର୍ଦ୍ଧନ ବିଜୟ ଲାଭ କଲେ ୬ ଓ ୭ ନମ୍ବର ଯୋଗ୍ୟ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ଯୋଗାଇଦେବା ମଧ୍ୟ କଳାକାର ଭତ୍ତା ଯୋଗାଇଦେବା କୁ ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ ବିକାଶକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ନୂତନ ଚେହେରା ଏବଂ ପରିବର୍ତ୍ତନ ଚାହୁଁଚି ।ତେବେ ପରିବର୍ତ୍ତନକୁ ଦୃଷ୍ଟିରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀ ଆମୋଦ କୁମାର ବର୍ଦ୍ଧନଙ୍କ ଉପରେ ସମସ୍ତଙ୍କ ନଜର ରହିଥିବା ଦେଖିବାକୁ ମିଳୁଛି ଓ ଏକପ୍ରକାର ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନର କିଙ୍ଗମେକର ହେବେ ବୋଲି ଜନମତ ପ୍ରକାଶ ପାଇଛି ।

Post a Comment

Previous Post Next Post