କାଜୁ ବଗିଚାରେ ଗୁଳିକାଣ୍ଡ, ଦୁଇ ଗୁରୁତର ବ୍ରହ୍ମପୁର ସ୍ଥାନାନ୍ତରିତ

ବୁଗୁଡ଼ା ମୋ ନିୟୁଜ ଓଡିଶା ୨୫/୦୫/୨୪ କାଜୁ ବଗିଚାରୁ କାଜୁ ସଂଗ୍ରହ କରୁଥିବା ସମୟର ଫୁଟିଲା ଗୁଳି ଦୁଇ ଗୁରୁତର।ଏଭଳି ଘଟଣା ଘଟିଛି ବୁଗୁଡା ଥାନା ଅନ୍ତର୍ଗତ କରସିଙ୍ଗି ପଞ୍ଚାୟତର ପୋକସୁଙ୍ଗା ଗାଁରେ । ଦୁଇଜଣ ଗୁରୁତର ଭାବେ ଆହାତ ହୋଇଥିବା ବେଳେ ଉଭୟ ରଘୁନାଥ ଜାନି ଓ ଅବକାଶ ଜାନି ଙ୍କୁ ବୁଗୁଡା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ସୂଚନା ମୁତାବକ ପୋକସୁଙ୍ଗା ଗାଁର କାଜୁ ବଗିଚାରେ କାଜୁ ତୋଳୁଥିବା ସମୟରେ କେହି ପଛପଟୁ ଆସି ରଘୁନାଥ ଓ ଅବକାଶ କୁ ଗୁଳି କରିଥିଲା । ସ୍ଥାନୀୟ ଲୋକମାନେ ଖବର ପାଇ ବୁଗୁଡ଼ା ପୋଲିସକୁ ଜଣାଇବା ସହ  ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କୁ ଉଧାର କରି ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ମେଡିକାଲକୁ ଆଣିଥିଲେ। ଘଟଣାସ୍ଥଳକୁ ବୁଗୁଡା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ଏହି ଘଟଣା ଘଟିଛି  ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ବୁଗୁଡ଼ା ଥାନାଧିକାରୀ ପ୍ରଭାତ ରଞ୍ଜନ ମହାନ୍ତି ଙ୍କ ଠାରୁ ପ୍ରକାଶ ପାଇଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ନିୟୁଜ ଟୁଡ଼େ ଓଡ଼ିଆ।

Post a Comment

Previous Post Next Post