ଦେଓଗାଁ ରେ ସଦାଶିବ ରାମାୟଣ


ଢେଙ୍କାନାଳମୋ ନିୟୁଜ ଓଡିଶା ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ପ୍ରସିଦ୍ଧ ଶୈବପୀଠ କପିଳାସ ର ପାଦଦେଶରେ ସଦାଶିବ ରାମାୟଣ ଗତ ଏପ୍ରିଲ୍ ମାସ ସତେଇଶି ତାରିଖ ଠାରୁ ଆରମ୍ଭ ହୋଇଅଛି। ପ୍ରସିଦ୍ଧ ଶୈବପୀଠ କପିଳାସ ରେ ପ୍ରଭୁ ଚନ୍ଦ୍ରଶେଖର ଙ୍କ ଆଜ୍ଞା ମାଳ ଆଣି କୃଷ୍ଣ ଚନ୍ଦ୍ର ପତିଙ୍କ ବାସଭବନ ରେ ସଦାଶିବ ରାମାୟଣ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ କଟକ ଜିଲ୍ଲାର ସାଲେପୁର ର ମାହାଙ୍ଗ ର ଗୋରା ପଞ୍ଚାୟତ ରକୀର୍ତ୍ତନ ମଣ୍ଡଳୀ ରାମଚନ୍ଦ୍ର ସାହୁ ଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ବିଭିନ୍ନ ଭୂମିକାରେ କଳାକାର ରୂପେ ନରେନ୍ଦ୍ର ପ୍ରଧାନ, ନୂତନ ଆନନ୍ଦ ପତି, ଗିରିଜା ପ୍ରସାଦ ପତି,ଜପ,ସୁଜିତ କୁମାର ଦାସ ଅଭିନୟ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସୁରେନ୍ଦ୍ର ନାଥ ସ୍ବାଇଁ, ଶ୍ୟାମ ସୁନ୍ଦର, କାର୍ତ୍ତିକଶ୍ବେର ପରିଡ଼ା, ଚିଦାନନ୍ଦ ପତି କଳା ପରିବେଷଣ କରିଥିଲେ। ବିଶିଷ୍ଟ ସମାଜସେବୀ ଓ କଳାକାର ଟୁକୁ ପତି, ବରିଷ୍ଠ ବାୟକ ମଦନମୋହନ ଜେନା କାର୍ଯ୍ୟକ୍ରମ ରେ ସକ୍ରୀୟ ସହଯୋଗ କରିଥିଲେ ‌। ଏହି କାର୍ଯ୍ୟକ୍ରମ କୁ ଦେଖିବାପାଇଁ କପିଳାସ ପୀଠ ରେ ଜନସମାଗମ ହୋଇଥିଲା। ବିଦ୍ୟୁତ ଓ  ସାଉଣ୍ଡ ରେ ସୁବାସ ଦାସ୍ ସହଯୋଗ କରିଥିଲେ।

Post a Comment

Previous Post Next Post