ମୋ ନିୟୁଜ ଓଡିଶା
ପବିତ୍ର ମଧୁସୂଦନ ଦାସଙ୍କ ପୁଣ୍ୟ ଜୟନ୍ତୀ ଉତ୍ସବ ଉପଲକ୍ଷେ ଓଡ଼ିଶାର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ତରଫରୁ ଏକ ବିଶେଷ ବୈଠକ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ଏପ୍ରିଲ ମାସର ଅଠେଇଶି ତାରିଖ ରାତ୍ର ଆଠ ଘଟିକା ସମୟରେ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନ ର ସଦସ୍ୟ ବିବାସିନୀ ମିଶ୍ର ଜଗନ୍ନାଥଙ୍କ ଉଦେଶ୍ୟ ଭକ୍ତିପୂତ ଅର୍ଘ୍ୟ ଅର୍ପଣ କରିବା ପରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ତୈଳ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥଲା। ଓଡ଼ିଆଜାତି ପାଇଁ ଓ ଓଡିଆ ଭାଷା ପାଇଁ ମଧୁବାବୁ ଙ୍କ ତ୍ୟାଗ ପୂତ ଜୀବନ ଉପରେ ଆଲୋଚନା କରାଯାଇଥିଲା।
ଏହାପରେ ସାଧାରଣ ସମ୍ପାଦକ ଈଶ୍ୱର ଚନ୍ଦ୍ର ନାୟକ ପୂର୍ବ ବିବରଣୀ ପାଠ କରିଥିଲେ ଓ ସଭା ଅନୁମୋଦନ କରିଥିଲା।
ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଜୀବନାବଳୀ କୁ ନେଇ ପୁସ୍ତକ କାର୍ଯ୍ୟକ୍ରମ ମଇମାସ ଏକୋଇଶି ତାରିଖ ରେ ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ଆରମ୍ଭ ହେବାକୁ ଥିବାରୁ ମଇ ମାସ କୋଡ଼ିଏ ତାରିଖ ମଧ୍ୟରେ ପ୍ରଥମ ଏଡିସନ କାର୍ଯ୍ଯ ଆରମ୍ଭ ହେବାକୁ ନିଷ୍ପତ୍ତି ନିଆଯାଇଥିଲା।ମଇ ମାସ କୋଡ଼ିଏ ତାରିଖ ପରେ ପହଞ୍ଚିବା ଲେଖା ଦ୍ବିତୀୟ ଏଡିସନ ରେ ବାହାରିବା ପାଇଁ ନିଷ୍ପତି ନିଆଯାଇଥିଲା।ପୁରୀ ସଭା ଦାୟିତ୍ଵ ସାଧାରଣ ସମ୍ପାଦକ , ରବିନ୍ଦ୍ରନାଥ ସ୍ବାଇଁ ଓ ସ୍ବର୍ଣ୍ଣ ଲତା ତ୍ରିପାଠୀ ଙ୍କୁ ଦିଆଯାଇଥିଲା। ଏହି ବୈଠକରେ ଉପସଭାପତି ଦୁଃଖ ବନ୍ଧୁ ସାହୁ,କୃଷିଦା ବେଗମ୍, ସମ୍ପାଦକ ବସନ୍ତ କୁମାର ସାହୁ, ଙ୍କ ସହିତ ବୈଲୋଚନ ସାହୁ ,ବିନୟ କୁମାର ପାଣି, ପବିତ୍ର ମୋହନ ଦାସ, ସ୍ବର୍ଣ୍ଣ ଲତା ତ୍ରିପାଠୀ,ବିବାସିନୀ ମିଶ୍ର, ସୈାଭାଗ୍ୟ କୁମାର ପଟେଲ, ଉର୍ମିଳା ସାମଲ, ବଳରାମ ସାହୁ ବିଶେଷ ଭାବରେ ଆଲୋଚନା କରିଥିଲେ। ସାଧାରଣ ସମ୍ପାଦକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିବା ପରେ ସଭାପତି ଶ୍ରୀ ସାହୁ ଙ୍କ ଦ୍ବାରା ସଭାକୁ ବିରତି ଘୋଷଣା କରାଯାଇଥିଲା।