ଗୋପାଳପୁର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ

(ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଗୋପାଳପୁର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡା ଗୁରୁବାର ସକାଳେ ଗୋଳାବନ୍ଧ ସ୍ଥିତ ଶ୍ରୀ ଶ୍ରୀ

ଧବଳେଶ୍ଵର ମହାଦେବ ମନ୍ଦିର ଠାରେ ପୂଜା ଅର୍ଚ୍ଚନା କରି ମନ୍ଦିର ଠାରୁ ବିରାଟ ଜନ ସମର୍ଥନ ସହ ଗୋଳାବନ୍ଧ,

କମଳାପୁର, କରା ପଲ୍ଲୀ,ବାହାଦୁର ପେଟା,ଡୁରା ପଥରା

ଆଙ୍କୋଲି ଦେଇ ଲାଞ୍ଜିପଲ୍ଲି ଗାଇ ଗୋଠ ପଡ଼ିଆ ଠାରେ ପହଞ୍ଚି ଥିଲେ।ମୋଟର ସାଇକେଲ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରି ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ସମର୍ଥକଙ୍କ ସହ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।ବିଜେଡି ବିଧାୟକ ପ୍ରାର୍ଥୀ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ବେଳେ ଶୋଭାଯାତ୍ରା ପ୍ରବଳ ଗହଳି ସହିତ ଦାଖଲ ଶୋଭାଯାତ୍ରା ରେ ବେଶ ଲୋକଙ୍କ ସମର୍ଥନ ମିଳିଥିଲା‌। ଗୋପାଳପୁର ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶ କାର୍ଯ୍ୟ କରି ଆସୁଛନ୍ତି ଓ ଏହା ନିମନ୍ତେ ସେ ପୂର୍ଣ୍ଣ ଅନୁଦାନ ଦେଇ ଥିବା ବେଳେ ଏହି ଆସନ ରୁ ବିଜୟୀ ହୋଇ ଲୋକଙ୍କ ଟଙ୍କା ଠକି ନେଇଥିବା ବେଳେ ଏବେ ସମୟ ଆସିଛି ଲୋକ ଉଚିତ ଜବାବ ଦେବେ ବୋଲି ଶ୍ରୀ ପଣ୍ଡା ନିଜ ସମର୍ଥକଙ୍କ ଉପସ୍ଥିତ ରେ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ,

ବ୍ରହ୍ମପୁର ଲୋକସଭା ଆସନ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ବିଧାୟକ ପ୍ରାର୍ଥୀ ଡ଼ା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମେୟର ସଂଘମିତ୍ରା ଦଳେଇ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ନଗର ଯୁବ ସଭାପତି ଅଜିତ୍ ପଣ୍ଡା, ନଗର ଛାତ୍ର ସଭାପତି ଶୋଭନ ନାୟକ, ପୂର୍ବତନ ଉପ ନଗରପାଳ ଭଗବାନ ଗନ୍ତାୟତ, ନିରଞ୍ଜନ ଜେନା,  ବିସିସି ବ୍ୟାଙ୍କ୍ ସଭାପତି ଶିବ ପାତ୍ର, ବରିଷ୍ଟ ନେତା ସଂଜିତ ପାଣିଗ୍ରାହୀ, ଅନିଲ ସାହୁ, ମମତା ବିଷୋୟୀ, ସୋନାଲି ଗନ୍ତାୟତ, ତିରୁପତି ପାତ୍ର, ଦଣ୍ଡପାଣି ନାୟକ, ସଂଯୁକ୍ତା ସାମଲ, ପାର୍ବତୀ ପ୍ରଧାନ,ନଳିନ  l

Post a Comment

Previous Post Next Post