( ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼. ପ୍ରଦୀପ ପାଣିଗ୍ରାହୀ ଓ ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ଡ଼. ସିଦ୍ଧାନ୍ତ ମହାପାତ୍ର ସକାଳ ୯ଟା ସମୟରେ ଜଗଦଳପୁର ଗ୍ରାମର ନେତାଜୀ ନଗରରେ ପହଞ୍ଚିଥିଲେ ।ଏହି ଅବସରରେ ପୂର୍ବରୁ ଉପସ୍ଥିତ ହୋଇ ରହିଥିବା ବିଜେପି ର ଯୁବ ଗୋଷ୍ଟି ଉପଢୌକନ ସହ ପୁଷ୍ପମାଲ୍ୟାର୍ପଣ କରି ବାଣ ଫୁଟାଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହିଦ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ଏବଂ ଏଥିପରେ ନିକଟସ୍ଥ ଶିବ ମନ୍ଦିର ରେ ପହଞ୍ଚି ପୂଜାର୍ଚନା କରିବା ସହ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଜଗଦଳପୁର ପଞ୍ଚାୟତ ରୁ ନିର୍ବାଚନ ପ୍ରଚାର ଯାତ୍ରା ଆରମ୍ଭ କରିବା ସହ କୁକୁଡାଖଣ୍ଡି ବ୍ଲକର ସମସ୍ତ ପଞ୍ଚାୟତ ବୁଲି ଭୋଟ ଭିକ୍ଷା କରି ପଦ୍ମ ଫୁଲ ଚିନ୍ନରେ ଦୁଇ ଥର ସ୍ୱିଚ ଟିପି ଭୋଟ ଦେବା ପାଇଁ ନିବେଦନ କରିବା ସହ ଅନନ୍ତାଇ ପଞ୍ଚାୟତରେ ଯାତ୍ରା ଶେଷ କରିଥିଲେ ।ଏହି ପ୍ରଚାର କାର୍ଯ୍ୟକ୍ରମରେ ଦିଗପହଣ୍ଡି ମାଟିର ପୁଅ ବିପିନ ପ୍ରଧାନ,ମହନ୍ତ ଚିନ୍ମୟାନନ୍ଦ ଦାସ, କେ ହରି ରେଡି, ସନ୍ତୋଷ କୁମାର ଚୌଧୁରୀ, ସାରଥୀ ପ୍ରସାଦ ଗୌଡ଼, ଜତିନ୍ଦ୍ର ପାତ୍ର, ରଜିତ ପାତ୍ର,ଏସ୍ କ୍ରିଷ୍ଣା ପାତ୍ର, କୁରା ସେଠି, କେ ସୁଦାମ ପାତ୍ର, ଗୌତମ ମହାରଣା,ବାବୁଲା ପାତ୍ର, ସତ୍ୟ ପାତ୍ର, ବି ସୁନିଲ ପାତ୍ର,ରବୀନ୍ଦ୍ର ବାଡ଼ତ୍ୟା, ବାପି ପାଢ଼ୀଙ୍କ ସମେତ ଶତାଧିକ ଦଳୀୟ କର୍ମୀ,ନେତା ଓ ଗ୍ରାମବାସୀ ଯୋଗ ଦେଇଥିଲେ ।