ଆର୍ଯ୍ୟଭଟ୍ଟରେ ଧରିତ୍ରୀ ଦିବସ ପାଳିତ



( ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋ

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ପ୍ଲାଷ୍ଟିକର ଅବିଷ୍କାର ମଣିଷ ପାଇଁ ଏକ ଅନନ୍ୟ ଆବିଷ୍କାର ଥିଲା ଏବଂ ମଣିଷ ଏହାଦ୍ଵାରା ଯଥେଷ୍ଟ ଉପକୃତ ହେବା ପରିଲକ୍ଷିତ ହେଲା। କିନ୍ତୁ ଏହାର ବ୍ୟାପକ ଅନିୟନ୍ତ୍ରିତ ବ୍ୟବହାର ମଣିଷର ଜୀବନ ଶୈଳୀ କୁ ପ୍ରଭାବିତ କରିବା ସହ ପରିବେଶ ରେ ଏହାର କୁପ୍ରଭାବ ପରିଲକ୍ଷିତ ହେଲା। ବର୍ତ୍ତମାନ ଶହ ଶହ ବର୍ଷ ଯାଏଁ ବିଘଟିତ ନ ହୋଇ ମାଟିରେ ମିଶି ପାରୁ ନ ଥିବା ପ୍ଳାଷ୍ଟିକ ପ୍ରଦୂଷଣ ସାଗରର ଗଭୀରତମ ସ୍ଥାନ ମାରିନା ଟ୍ରେଞ୍ଚଠାରୁ ଉଚ୍ଚତମ ଏଭରେଷ୍ଟ ଶିଖର ଯାଏଁ ,ମଣିଷ ରକ୍ତଠାରୁ ତିମି ମାଛ ପର୍ଯ୍ୟନ୍ତ, ଗଭୀର ମାଟିତଳୁ ଆକାଶ ଯାଏଁ ପରିବ୍ୟାପ୍ତ ହୋଇ ମଣିଷ ସମାଜ ତଥା ଜୀବ ଜଗତର ସ୍ଥିତି ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୁତରାଂ ମାଇକ୍ରୋ ପ୍ଲାଷ୍ଟିକ ମାତୃଗର୍ଭରେ ଶିଶୁ କୁ ମାସହ ସଂଯୋଗ କରୁଥିବା ନଳୀ ପ୍ଳାସେଣ୍ଟା ରେ ମଧ୍ୟ ପରିଲକ୍ଷିତ ହୋଇଛିଏହି ପରିପ୍ରେକ୍ଷୀରେ ବର୍ତ୍ତମାନ । ଫଳତଃ ନବଜାତ ଶିଶୁର ଶରୀରରେ ମଧ୍ୟ ଏହାର କୁପ୍ରଭାବ ପରିଲକ୍ଷିତ ହୁଏ। ବୈଜ୍ଞାନିକଙ୍କ ମତରେ ଏହି ପ୍ଲାଷ୍ଟିକ୍ ପ୍ରଦୂଷଣ ଯୋଗୁଁ ଅଲ୍‌ଝେମିର,କ୍ୟାନ୍‌ସର,ନପୁନ୍‌ସକତା ଶାରୀରୀକ ଓ ମାନସିକ ବିକୃତି ଭଳି ରୋଗ ବ୍ୟାପକ ଭାବେ ଦେଖା ଯାଉଛି । ବିଶ୍ଵରେ ଏକକ ବ୍ୟବହାର ପ୍ଲାଷ୍ଟିକ ନିଷିଦ୍ଧ କରିବାପାଇଁ ବିଚାର କରାଯାଉଅଛି । ସେଥିପାଇଁ ଏହି ବର୍ଷର ଧରିତ୍ରୀ ଦିବସର ଗ୍ରହ  ବନାମ ପ୍ଳାଷ୍ଟିକ  ରଖା ଯାଇଅଛି । ଗତକାଲି ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ଦ୍ଵାରା ଆୟୋଜିତ ଧରିତ୍ରୀ ଦିବସରେ ବକ୍ତାମାନେ ଉପରୋକ୍ତ ବିଷୟ କୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଏକ ଶପଥପାଠ ମଧ୍ୟ କରାଇଥିଲେ। ଭିନ୍ନଭିନ୍ନ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଏକକ ବ୍ଯବହାର ପ୍ଳାଷ୍ଟିକ ଯଥା କିଣା ବୋତଲ ଓ ପ୍ୟାକେଟ ପାଣି, ପ୍ଳାଷ୍ଟିକ ଷ୍ଟ୍ର, ପ୍ଳେଟ, ଚାମଚା ଇତ୍ୟାଦି ବ୍ୟବହାର ବର୍ଜ୍ଜନ କରିବା ସହ ଅନ୍ୟମାନଙ୍କୁ ତଥା ନିଜ ଅଭିଭାବକ ମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ଶପଥ ନେଇଥିଲେ। ଏତଦ୍‌ ବ୍ୟତୀତ ଛାତ୍ର ଓ ଯୁବ ସମାଜ ନିଜର ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ ପରିବେଷକୁ ସୁରକ୍ଷିତ ରଖିବା ପାଇଁ ନିବେଦନ କରିଥିଲେ l ପ୍ରକାଶ ଥାଉକି ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ୨୦୦୮ ଠାରୁ ପ୍ଲାଷ୍ଟିକ ପ୍ରଦୂଷଣ ର ଭୟାବହତା ସମ୍ପର୍କରେ ପଦଯାତ୍ରା ସାଇକେଲ ଯାତ୍ରା ମାନବ ଶୃଙ୍ଖଳ ଧାରଣା ଇତ୍ୟାଦି ମଧାମରେ ସଚେତନ କରି ଆସୁଅଛି। ଗତକାଲିର କାର୍ଯ୍ୟକ୍ରମରେ ଗ୍ରୀନ ମ୍ୟାନ ଅଫ ଓଡ଼ିଶା ସୁଧୀର ରାଉତ, ଶ୍ୟାମସୁନ୍ଦର ଖାଡ଼ଙ୍ଗା, ସବିତା ସାହୁକାର ପ୍ରମୁଖ ଆର୍ଯ୍ୟଭଟ୍ଟ ର ସ୍ବେଚ୍ଛାସେବୀ ବକ୍ତବ୍ୟ ରଖିଥିଲେ ଓ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ଙ୍କ ସହ ସୁଶାନ୍ତ ମହାନ୍ତି, ବାସୁଦେବ ସାହୁକାର, ଶୁଭେନ୍ଦୁ ପାତ୍ର, ଭୀମରାଜୁ ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Post a Comment

Previous Post Next Post