(ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର : ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ବିଶିଷ୍ଠ କଳାକାର,ଗବେଷକ,ଚିକିତ୍ସକ ସ୍ବର୍ଗତ ଡା.ସୁବାଷ ଚନ୍ଦ୍ର ମହାରଣାଙ୍କ ତିରୋଧାନ ଦିବସ ଗଞ୍ଜାମ କଳା ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଶିକ୍ଷାବିତ୍ ତ୍ରିନାଥ ମହାରଣାଙ୍କ ସଭାପତିତ୍ୱ ସଭାରେ ମୁଖ୍ୟ ଅତିଥି କିଶର କୁମାର ବେହେରା,ମୁଖ୍ୟବକ୍ତା ସଂସ୍କୃତି ଗବେଷକ ଶିଶିର ଦାଶ,ସମ୍ମାନୀତ ଅତିଥି ଭାବେ ଡ଼.ନକୁଳ ସାହୁ ଓ ସମାଜସେବୀ ମହେନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇଥିଲେ.ଆୟୋଜିତ କାର୍ଯ୍ୟକ୍ରମରେ ଡ଼.ସୁବାସ ବାବୁ ସମାଜ ପ୍ରତି କିଛି କରିବାକୁ ଲକ୍ଷ୍ୟ ନେଇ କରିଥିବା ବିଭିନ୍ନ କାର୍ଯ୍ୟକୁ ସ୍ମରଣ କରିବା ସହ ଯୁବପିଢ଼ି ଏଥି ପ୍ରତି ବିଶେଷ ପ୍ରଭାବିତ ହେବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ.ଏଥିରେ ରାଜ୍ୟ ବିଭିନ୍ନ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା.କୁନି କୁନି କଳାକାରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ,ଚିତ୍ରାଙ୍କନ,ରଣପା,ସଙ୍ଗୀତ ପରିବେଷଣ ହୋଇଥିଲେ.ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଭାଙ୍କୁ ଚୟନ କରାଯାଇ ପୁରସ୍କୃତ କରାଯାଇ ଥିଲା.ସେହିପରି ମଧ୍ୟାହ୍ନରେ ଦାହିଚଲା,ଛାତ,ଚାଦର,ଟୋପି ବଣ୍ଟନ କରାଯାଇ ଥିଲା.ସମସ୍ତ କାର୍ଯ୍ୟକ୍ରମକୁ ସତ୍ୟନାରାୟଣ ମହାରଣା ପରିଚାଳନା କରିଥିବା ବେଳେ ଅଜୟ କୁମାର ମହାରଣା,ଜୁନ,ଦିପୁ,ସନ୍ୟା ମଝି, ଶିବରାମ,ବେହେରା ବାବୁ ପ୍ରମୁଖ ସହଯୋଗ କରିଥିଲେ.
Tags:
ମୁଖ୍ୟ ଖବର