ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଶାଳ ଶୋଭାଯାତ୍ରା

 


ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ l  ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁଙ୍କ ଉପସ୍ଥିତିରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ି ବିଧାୟକ ପ୍ରାର୍ଥୀ ତଥା ବ୍ରହ୍ମପୁର ବିଧାୟକ  ବିକ୍ରମ କୁମାର ପଣ୍ଡା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା, ସଦସ୍ୟ, ଏନ୍ ଏ ସି ଅଧ୍ୟକ୍ଷ, କାଉନସିଲର ବୃନ୍ଦ, ବ୍ଲକ୍ ଅଧ୍ୟକ୍ଷା, ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ସର୍ବବର୍ଗିୟ ବିଜେଡ଼ି ନେତୃବୃନ୍ଦ, ପଦାଧିକାରୀ ତଥା ସାଧାରଣ ଲୋକ ମାନଙ୍କୁ ସାଙ୍ଗରେ ନେଇ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି, ଭାବିନିପୂରୁ, ଚାନ୍ଦପୁର ତଥା ବହୁ ଗ୍ରାମ ପଞ୍ଚାୟତରେ ଘରକୁ ଘର ବୁଲି ବୁଲି ଲୋକଙ୍କ ସମସ୍ୟା ବୁଝିଥିଲେ l ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରଣୋଦିତ ସମସ୍ତ ଯୋଜନା ଗୁଡିକ ବିଷୟରେ ଜଣାଇ ସେଗୁଡ଼ିକର ଲାଭ ଉଠାଇବା ପାଇଁ ପ୍ରବର୍ତ୍ତାଇ ଭୋଟ ଭିକ୍ଷା କରିଥିଲେ ଏଵଂ ଆଗାମୀ ସଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନିମନ୍ତେ “ଶଙ୍ଖ ଚିହ୍ନରେ ଦୁଇ ଥର ସୁଇଚ୍ ଟିପି ଉଭୟ ଲୋକସଭା ତଥା ବିଧାନସଭା ପ୍ରାର୍ଥୀଙ୍କୁ ଏକ ଦୃଷ୍ଟାନ୍ତକାରୀ ଭୋଟରେ ଜୟଯୁକ୍ତ କରାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇଁ ପୁଣି ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରି ଇତିହାସ ସୃଷ୍ଟି କରିବା ପାଇଁ ଆବାଳ ବୃଦ୍ଧବନିତାଙ୍କୁ ବିନମ୍ରତା ପୂର୍ବକ ଅନୁରୋଧ କରିଥିଲେ l

Post a Comment

Previous Post Next Post