ଭଞ୍ଜନଗର -୦୩/୧୦ (ରିପୋର୍ଟ- ପ୍ରଫୁଲ୍ଲ କୁମାର ମହାରଣା )ଗାନ୍ଧି ଏବଂ ଶାସ୍ତ୍ରୀ ଜୟନ୍ତୀ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତଥା ଘୁମୁସର ଅଞ୍ଚଳ ରେ ପାଳନ କରାଯାଇଛି ଭାରତୀୟ ଜାତୀୟ କଂଗ୍ରେସ ଦଳ ତରଫରୁ ଗାନ୍ଧି ଏବଂ ଶାସ୍ତ୍ରୀ ଜୟନ୍ତୀ ଉତ୍ସବ। ଏହି କାର୍ଯ୍ୟକ୍ରମ କୁ ସହର ସଂପାଦକ ତଥା ଯୁବ ନେତୃତ୍ଵ ଶ୍ରୀ ବିଷ୍ଣୁ ପ୍ରସାଦ ଙ୍କ ସହ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବବି ଅନନ୍ତନାଗ ରଥ ଙ୍କ ନେତୃତ୍ୱ ରେ କଂଗ୍ରେସ ଦଳର କର୍ମକର୍ତା ଏବଂ ସମସ୍ତ ଗାନ୍ଧି ଓ ଶାସ୍ତ୍ରୀ ପ୍ରେମୀଙ୍କ ସହଯୋଗରେ ସ୍ଥାନୀୟ ଭଞ୍ଜନଗର ନିକଟସ୍ଥ ଗୋବରା ଠାରେ ଗାନ୍ଧି ମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ସହ ବାଇକ୍ ରାଲି ରେ ପୁଣି ଭଞ୍ଜନଗର କୁ ବିଭିନ୍ନ ସ୍ଲୋଗାନ ଦେଇ ଫେରି ଟାଉନ୍ ପରିକ୍ରମା କରି ପୁଣି ବ୍ଲକ୍ ଅଫିସ୍ ଛକରେ ଗାନ୍ଧୀ ମୂର୍ତ୍ତି ରେ ପୁଷ୍ପମାଲ୍ୟ ସହ ପୁଣି ସ୍ଥାନୀୟ ଜେଲ୍ ଗ୍ରାଉଣ୍ଡ ଠାରେ ବରିଷ୍ଟ ଲୋକଙ୍କୁ ଫୁଲତୋଡ଼ା ସହ ପିଲାଙ୍କୁ ଚକୋଲେଟ୍ ବଣ୍ଟନ ସହ ଯୁବକ ମାନଙ୍କୁ ଗାନ୍ଧୀ ବାର୍ତ୍ତା ପ୍ରଦାନ ପୂର୍ବକ ଆଲୋଚନା କରି ପ୍ରସାଦ ସେବନ ର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଥିଲେ ଯୁବ ନେତୃତ୍ଵ ଶ୍ରୀ ବିଷ୍ଣୁ ପ୍ରସାଦ ଙ୍କ ସହ ଗଞ୍ଜାମ ଜିଲ୍ଲା ପଶ୍ଚିମ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବବି ରଥ ।ଏହି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଉତ୍ସବ ରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବାର ପରିଲକ୍ଷିତ ହୋଇଥିଲା।

