ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାସ ଗିରଫ

 


*(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )*

ବ୍ରହ୍ମପୁର : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାସଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ଗତକାଲି ଭିଜିଲାନ୍ସର ୭ଟି ଟିମ୍ ଭୁବନେଶ୍ୱର, ମାଥିଲି, ପୁରୀ, ବ୍ରହ୍ମପୁର ଓ ଗୋବରା ଆଦି ସ୍ଥାନରେ ଥିବା ତାଙ୍କ ଘର, ପ୍ଲଟ୍‌, ବ୍ୟାଙ୍କ ଜମା ସମେତ ବିଭିନ୍ନ ସମ୍ପତ୍ତି ଉପରେ ଏକକାଳୀନ ଚଢ଼ଉ କରିଥିଲା।ଚଢ଼ଉ ବେଳେ ଭୁବନେଶ୍ୱରରେ ତାଙ୍କର ଏକ ୪ ମହଲା କୋଠା ଓ ବ୍ରହ୍ମପୁରରେ ଏକ ୨ ମହଲା କୋଠା ସହ ମୋଟ ୬ଟି ପ୍ଲଟ୍‌ ଠାବ ହୋଇଥିବା ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ପ୍ରଦୀପ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଏହାସହ ବିଭିନ୍ନ ବ୍ୟାଙ୍କରେ ପ୍ରାୟ ୫୫ ଲକ୍ଷ ଟଙ୍କା ଜମା ଥିବା ବେଳେ ବୀମା ବାବଦରେ ମଧ୍ୟ ଅର୍ଥ ଜମା ରହିଥିବା ଜଣାପଡ଼ିଛି।

୨୦୧୫ ମସିହାରୁ ଚାକିରିରେ ନିୟମିତ ହୋଇଥିବା ଶିଶିରଙ୍କ ନିକଟରେ ତାଙ୍କ ଜ୍ଞାତ ଆୟଠାରୁ ପ୍ରାୟ ୧୬୦ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଗିରଫ ପରେ ଶିଶିରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଭିଜିଲାନ୍ସ ଏସପି  ପ୍ରଦୀପ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

Post a Comment

Previous Post Next Post