(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ)
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ରେ ଥିବା ପ୍ରତାପପୁର ଋଷିକୁଲ୍ୟା ନଦୀ ମୁହାଣରେ ଗତ କାଲି ଆନୁମାନିକ ୨ ଘଣ୍ଟା ୩୦ ମିନିଟ ସମୟରେ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଆସି ଅସାବଧନତା ଯୋଙ୍ଗୁ ଗଞ୍ଜାମ ବ୍ଲକ ନାରାୟଣପୁର ଖଣ୍ଡାଦେଉଳି ପଞ୍ଚାୟତର
ଝରାକୁଆଳି ଗ୍ରାମର ସୁମିତ କୁମାର ମିଶ୍ର +3 ବିଜ୍ଞାନ (ପଦାର୍ଥ ବିଜ୍ଞାନ ଅନର୍ସ) ଛାତ୍ର।
ପ୍ରତାପୁର ଗ୍ରାମ ନିକଟ ଦେଇ ପ୍ରବାହିତ ଋଷିକୂଲ୍ୟା ନଦୀ ତଟରେ ଭାସିଯାଇ ନିଖୋଜ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ସୁଦ୍ଧା ସୁମିତଙ୍କର କୌଣସି ପତ୍ତା ମିଳିପାରି ନାହିଁ।
ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ଅଭିଯାନ ଦୀର୍ଘ ୧୨ ଘଣ୍ଟା ଧରି ଜାରି ରଖିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଥିଲା | ଏହି ଦୁଃଖଦ ଖବର ଶୁଣି ସ୍ଥାନୀୟ ତହସିଲଦାର ବିନୋଦ କୁମାର ବେହେରା, ଅତିରିକ୍ତ ତହସିଲଦାର କେ. ଦେବାଶିଷ ମହାପାତ୍ର ଏବଂ ସ୍ଥାନୀୟ ସରପଞ୍ଚ ଏବଂ ନିଖୋଜ ପରିବାର ରାତି ତମାମ ଋଷିକୁଲ୍ୟା ତଟରେ ନିଖୋଜ ଛାତ୍ର ର ପତ୍ତା ନମିଳିବା ପର୍ଯ୍ୟନ୍ତ ଦୁଃଖରେ ଅପେକ୍ଷା କରିଥିଲା କିନ୍ତୁ ସକାଳ ୬ ଘଣ୍ଟା ସମୟରେ ପୁଣି ଅଗ୍ନିଶମ ବିଭାଗର ଅହରହ ପରିଶ୍ରମ ଦ୍ଵାରା ନିଖୋଜ ବାଳକର ଶବ ଅଲାଡି ଗ୍ରାମର ଋଷିକୁଲ୍ୟା ତଟରୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବାରୁ ପୁରୁଷୋତ୍ତମପୁର ବ୍ଲକ ର ଜନସାଧାରଣ ସ୍ଥାନୀୟ ଅଗ୍ନିଶମ ବିଭାଗ ଏବଂ ତହସିଲଦାର ବିନୋଦ କୁମାର ବେହେରା ଓ ଅତିରିକ୍ତ ତହସିଦାର କେ. ଦେବାଶିଷ ମହାପାତ୍ରଙ୍କୁ ପ୍ରଶଂସା କରିଛନ୍ତି |

