ଆସିକା ଟେକନିକାଲ ହାଇସ୍କୁଲରେ କ୍ରୀଡା ପ୍ରତିଯୋଗିତା ଉଦଯାପିତ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ବନ୍ଦିତା


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର :  ଗଞ୍ଜାମ ଜିଲ୍ଲା ଆସିକା ଟେକନିକାଲ ହାଇସ୍କୁଲ ପଡ଼ିଆରେ ୨୦୨୬ ଛାତ୍ର ଛାତ୍ରୀ ମାନଙ୍କୁ ନେଈ ଖେଳ ଆରମ୍ଭ ହୋଈ ଯାଈଛି।କବାଡି ଓ ଖୋଖୋ ଖେଳରେ ଦେଖିବାକୁ ମିଳିଥିଲା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବଳ ପ୍ରତିଦ୍ବନ୍ଦିତା କିଏ କାହାଠାରୁ କମ ନଥିଲେ।ଦର୍ଶକ ମାନଙ୍କ ହୋ ହାଲ୍ଲାରେ କରତାଳିରେ କ୍ରୀଡ଼ାବିତ୍ ମାନଙ୍କ ମନରେ ଅଧିକ ଉତ୍ସାହ ଦେଖିବାକୁ ମିଳିଥିଲା ଆସିକା ବ୍ଳକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜିତ କୁମାର ପାଢୀ ଙ୍କ ପ୍ରଚେଷ୍ଟାରେ ଦୁଈ ଦିନ ଧରି ଚାଲିଥିବା ଏହି କ୍ରୀଡା ମହୋତ୍ସବରେ ୧୩ କ୍ଳଷ୍ଟର ଓ ୪ ଟି ଜୋନରୁ ପ୍ରାୟ ୨୮୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଆସିକା ହରିହରହାଇସ୍କୁଲ,କେନ୍ଦୁପଦର, ଗୁଣ୍ଠପଡା, ବାବନପୁର,ଜୋନରୁ ଆସିଥିବା ୧୪/୧୭ ବର୍ଗର ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରୀଡାରେ ଭାଗନେଈ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।ପ୍ରଥମ ଦିନରେ ଖୋ ଖୋ, କବାଡି,ଯୋଗ ପ୍ରତିଯୋଗିତା ହେଈଥିବା ବେଳେ ଦ୍ଵିତୀୟ ଦିନରେ ହାଈଜମ୍ଫ,ଲଙ୍ଗଜମ୍ପ, ସଟ୍ ଫୁଟ୍,ଡିସକସ ଥ୍ରୋ ଭଳି ବିଭିନ୍ନ ଖେଳରେ ଛାତ୍ର ଛାତ୍ରୀ ମାନେ ଭାଗ ନେଈଥିଲେ। ପ୍ରତ୍ୟେକ ଈଭେଣ୍ଟରେ ଛାତ୍ର ଛାତ୍ରୀ ମାନେ ନିଜ ନିଜର ଖେଳୁଆଡ ପ୍ରଦର୍ଶନ କରିବା ପାଈଁ ଚେଷ୍ଟା କରୁଛଥିଲେ। ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ଆଖପାଖ ସାହିର ଖେଳାଳୀ ମାନେ ମଶାଲ ଧରି ଟେକନିକାଲ ଖେଳପଡିଆରେ ପହଞ୍ଚିଥିଲେ। ଆସିକା ବିଜେପି ବିଧାୟକ ସରୋଜ କୁମାର ପାଢୀ ପତକା ଉତ୍ତୋଳନ କରି କେ ରଂଗ କୁ ଆରମ୍ଭ କରିଥିଲେ। ଉଦଘାଟିତ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଦସ୍ୟା ଅନିମା ପରିଡ଼ା,ଏବିଈଓ ଭଞ ବେହେରା, କୈଳାସ ଗୈ।ଡ଼,ଶିବରାମ ବେହେରା ଉପସ୍ଥିତ ଥିଲେ।ଟେକନିକାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ପରମାନନ୍ଦ ଜାନୀ ପ୍ରତିଯୋଗିତା ପରିଚାଳନା କରିଥିଲେ।ବଛା ବଛା ପ୍ରାୟ ୩୦ ଜଣ କ୍ରୀଡ଼ାବିତ୍ ଶିକ୍ଷକ ଦାୟିତ୍ୱ ନେଇଥିଲେ। ବ୍ଳକ୍ କ୍ରୀଡ଼ା ସଂପାଦକ ତଥା କ୍ରୀଡ଼ା ଶିକ୍ଷକ କୈଳାସ ଚନ୍ଦ୍ର ଗୈ।ଡ ଓ ସ୍ୱଦେଶ ଦଳେଈ ଙ୍କ ତତ୍ବାବଧାନରେ ଖେଳ ପରିଚାଳିତ ହୋଈଥିଲା କେନ୍ଧୁପଦରର ସିଆରସିସି ରଞ୍ଜିତା ପାତ୍ର ଖାରିଆ ସିଆରସିସି ଟୁଲୁ ସେଠୀ ସରକାରୀ ଶିକ୍ଷକ ଦେବାଶିଷ ପାଣିଗ୍ରାହୀ, ରାମଚନ୍ଦ୍ର ପ୍ରଧାନ, ଶର୍ମିଷ୍ଠା ସାହୁ ସମେତ ବିଭିନ୍ନ ଶିକ୍ଷକ ସିଆରସିସି ମାନେ ସହଯୋଗ କରିଥିଲେ। ଉଦଯାପନ ଉତ୍ସବ ରେ ସମାଜସେବୀ ତଥା ଖାରିଆ ଗ୍ରାମ ପଞ୍ଚାୟତର ପ୍ରତିନିଧି ଭଗବାନ୍ ସାହୁ ପ୍ରଧାନ ଶିକ୍ଷକ ପରମାନନ୍ଦ ଜାନୀ,ଏବିଈଓ ଭଞ୍ଜ ବେହେରା,ଏବିଈଓ ଟୁଲୁ ସେଠୀ ବ୍ଳକ କ୍ରୀଡ଼ା ସଂପାଦକ ତଥା କ୍ରୀଡ଼ା ଶିକ୍ଷକ କୈଳାସ ଚନ୍ଦ୍ର ଗୈ।ଡ କ୍ରୀଡ଼ା ରେ ବିଜୟୀ ହେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଅତିଥି ଓ ଅଭିଭାବକ ମାନେ କହିଥିଲେ କ୍ରୀଡା ପୁରସ୍କାର ପାଈବା ବଡ କଥା ନାହିଁ ଖେଳିବା ଦ୍ଵାରା ଧୈର୍ଯ୍ୟ,ସାହାସ, ଆତ୍ମବିଶ୍ବାସ ବଢେଈବାରେ ସାହାଯ୍ୟ କରିଥାଏ ଆଗକୁ ଏମାନେ ଯେମିତି ରାଜ୍ୟ ଦେଶ ଏବଂ ବାହାର ଦେଶରେ ଖେଳି ଗଞ୍ଜାମ ଜିଲ୍ଲା ପାଈଁ ଗୈ।ରବ ଆଣିବେ ଅଭିଭାବକ ମାନଙ୍କ ମନ୍ତବ୍ୟ ଥିଲା

Post a Comment

Previous Post Next Post