ଧରାକୋଟ ବ୍ଲକ ଲେଙ୍ଗମା ଗ୍ରାମରେ ଧୁମଧାମ ସହ ନନ୍ଦ ଉତ୍ସବ ପାଳିତ |


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଲେଙ୍ଗମା ୦୫/୦୯/୨୦୨୬ : ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ଲେଙ୍ଗମା ଗ୍ରାମର ଗୌଡ଼ ସମାଜ ଓ ଗ୍ରାମବାସୀଙ୍କ ମିଳିତ ପ୍ରୟାସରେ ପାରମ୍ପରିକ ନନ୍ଦ ଉତ୍ସବ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ସାମାଜିକ ଏକତାର ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଉତ୍ସବରେ ଗ୍ରାମର ବହୁ ସଂଖ୍ୟକ ମହିଳା, ପୁରୁଷ ଓ ଯୁବକ-ଯୁବତୀ ଯୋଗଦେଇ ସକାଳ ୧୦ ଘଣ୍ଟା ସମୟରେ ଢ଼ୋଲ ଟମକ ପଟୁଆର ସହ କଳସ ଯାତ୍ରାରେ ବାହାରି ଢଉପଦା ନଦୀରୁ ଜଳ ସଂଗ୍ରହ କରିଥିଲେ | ଉକ୍ତ କଳସ ଯାତ୍ରାର ଆକର୍ଷଣୀୟ ଥିଲା ରାଧା କୃଷ୍ଣ ବେଶ ଧରି ଦୁଇ କୁନି ବାଳିକାଙ୍କ କଲା କୃତି | ଗୌଡ଼ ସମାଜର ସଦସ୍ୟମାନଙ୍କ ସହ ଗ୍ରାମବାସୀଙ୍କ ସହଯୋଗ ଓ ସମନ୍ୱୟ ଯୋଗୁଁ କାର୍ଯ୍ୟକ୍ରମଟି ଅତ୍ୟନ୍ତ ସୁନ୍ଦର ଭାବେ ସମ୍ପନ୍ନ ହୋଇଥିଲା।ପ୍ରଥମେ କଳସ ଯାତ୍ରା,ବୈଦିକ ପଣ୍ଡିତଙ୍କ ଦ୍ୱାରା ପୂଜା ଓ ହୋମ,ଦଧି ହାଣ୍ଡି ଭଗ୍ନ,ବିସର୍ଜନ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଥିଲା | ଏହି ଅବସରରେ ସରପଞ୍ଚ ପ୍ରତିନିଧି ଶାନ୍ତନୁ କୁମାର ବିଷୋୟୀ ଓ ସରପଞ୍ଚ ପ୍ରାର୍ଥିନୀ ଉର୍ବଶୀ ବିଷୋୟୀ ଉପସ୍ଥିତ ରହି ଉତ୍ସବର ଆନନ୍ଦ ନେବା ସହ ଆୟୋଜକ ଓ ଗ୍ରାମବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଗ୍ରାମର ଐତିହ୍ୟ, ପରମ୍ପରା ଓ ସାମାଜିକ ଏକତାକୁ ଆଗକୁ ବଢ଼ାଇବାରେ ଏଭଳି ଆୟୋଜନର ଗୁରୁତ୍ୱ ରହିଛି ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ। ଗ୍ରାମବାସୀଙ୍କ ମିଳିତ ପ୍ରୟାସ ଓ ଭାଇଚାରାର ଏହି ଉତ୍ସବ ଲେଙ୍ଗମା ଗ୍ରାମର ସାମାଜିକ ଏକତାର ଏକ ସୁନ୍ଦର ଉଦାହରଣ ପାଲଟିଛି।

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

              ମୋ ନିଯୁଜୁ ଓଡିଶା

Post a Comment

Previous Post Next Post