ଘୁମୁସର ସାମ୍ବାଦିକ ମାନଙ୍କ ପାଇଁ ବିପଦର ବନ୍ଧୁ ସମାଜ ସେଵୀ -ଏ. ବିଷ୍ଣୁ ପ୍ରସାଦ।


ଭଞ୍ଜନଗର:୦୩/୦୯ (ପ୍ରଫୁଲ୍ଲ କୁମାର ମହାରଣା )

ଗଞ୍ଜାମ ଜିଲ୍ଲା ଭଞ୍ଜନଗରଠାରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ନେତା/ସମାଜସେବୀ ଏ. ବିଷ୍ଣୁ ପ୍ରସାଦ ଯୋଗଦେଇ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ଓ କଲ୍ୟାଣ ସମ୍ପର୍କରେ ଏକ ସ୍ପଷ୍ଟ ଓ ବଳିଷ୍ଠ ବାର୍ତ୍ତା ଦେଇଛନ୍ତି। ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ସମାଜରେ ସତ୍ୟ ଓ ନ୍ୟାୟ ପ୍ରତିଷ୍ଠା ପାଇଁ କାର୍ଯ୍ୟ କରୁଥିବା ପ୍ରତ୍ୟେକ ସାମ୍ବାଦିକଙ୍କ ଯେକୌଣସି ବିପଦ ଓ ସମସ୍ୟା ସମୟରେ ସେ ଜଣେ ପ୍ରକୃତ ବନ୍ଧୁ ଭାବେ ସଦାସର୍ବଦା ଛିଡ଼ା ହେବେ।

​ସାମ୍ବାଦିକମାନେ ସମାଜର ଚତୁର୍ଥ ସ୍ତମ୍ଭ ଭାବେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କ ସମସ୍ୟା ସରକାରଙ୍କ ଦୃଷ୍ଟିଗୋଚର କରାଉଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କ ସୁରକ୍ଷା ଓ ଅଧିକାରକୁ ସୁନିଶ୍ଚିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ସାମ୍ବାଦିକମାନେ କାର୍ଯ୍ୟ କରିବା ସମୟରେ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜ ଓ ବିପଦର ସମ୍ମୁଖୀନ ହୋଇଥାନ୍ତି, ତେଣୁ ସେମାନଙ୍କ ସୁଖ-ଦୁଃଖ ଓ ଆପଦ-ବିପଦରେ ସାହାଯ୍ୟର ହାତ ବଢ଼ାଇବାକୁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଛନ୍ତି।​ଏହି ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ଅଞ୍ଚଳର ବହୁ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ। ଏହି ସମ୍ମିଳନୀ ରେ ବବି ଅନନ୍ତ ନାଗ ରଥ,ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଶ୍ରୀ ପ୍ରସାଦଙ୍କର ଏହି ଆଶ୍ୱାସନା ଓ ସହଯୋଗପୂର୍ଣ୍ଣ ଅଭିଭାଷଣକୁ ଭଞ୍ଜନଗରର ସାମ୍ବାଦିକ ମାନଙ୍କ ମହଲରେ ବେଶ୍ ପ୍ରଶଂସା କରାଯାଇଛି।

Post a Comment

Previous Post Next Post