ଭଞ୍ଜନଗର ପୋଲିସର ବଡ଼ ସଫଳତା: ୨୧୦ କେଜି ଗଞ୍ଜେଇ ସହ ୮ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ ।


ଭଂଜନଗର-୨୫/୦୮ (ପ୍ରଫୁଲ୍ଲ କୁମାର ମହାରଣା) ପୋଲିସ୍ ଆଖିରେ ଧୂଳି ଦେବା ପାଇଁ ଗାଡ଼ିରେ ସିକ୍ରେଟ ଚାମ୍ବର କରି ଡାଲାରେ ପାଣି ଟାଙ୍କି ରଖି ଚାଲାଣ ହେଉଥିଲା ଗଞ୍ଜେଇ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। ଡହ ବଙ୍ଗଳା ଛକ ନିକଟରେ ଚଢ଼ାଉ କରି ପୋଲିସ ୨୧୦ କେଜି ଚୋରା ଗଞ୍ଜେଇ ଜବତ କରିବା ସହ ୮ ଜଣ ଆନ୍ତଃରାଜ୍ୟ ମାଫିଆଙ୍କୁ ଗିରଫ କରିଛି।

ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ୩୦ ସମୟରେ, ବିଶେଷ ସୂତ୍ରରୁ ଖବର ପାଇ ଭଞ୍ଜନଗର ଥାନା ଏସ.ଆଇ. ସମୀର କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଏହି ଚଢ଼ାଉ କରିଥିଲା। ଭଞ୍ଜନଗର ଡହ ବଙ୍ଗଳା ଛକରୁ ୨୧୦ କେଜି ଚୋରା ଗଞ୍ଜେଇ ଜବତ ୮ ଗିରଫ ସମସ୍ତ ଅଭିଯୁକ୍ତ ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଗୋଟିଏ ଟାଟା ଏସ୍, ପଲସର୍ NS 400 ବାଇକ୍ ଓ ୭ଟି ଗଞ୍ଜେଇ ଭର୍ତ୍ତି ଜରି ବ୍ୟାଗ୍ ଜବତ,

ପୋଲିସ ସୂଚନା ମୁତାବକ, ଅଭିଯୁକ୍ତମାନେ ଅଧିକ ଲାଭ ଆଶାରେ  ପଶ୍ଚିମ ବଙ୍ଗ, ଉତ୍ତର ପ୍ରଦେଶ, ଓ ବିହାର ଭଳି ରାଜ୍ୟକୁ ଏହି ଗଞ୍ଜେଇ ଚାଲାଣ କରୁଥିବା ସ୍ୱୀକାର କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀଧର ସାହୁ ମହିପୁର, ନୟାଗଡ଼, ମୁକେଶ ଦିଗାଲ କନ୍ଧମାଳ, ବିକାଶ ସାହୁ ନୟାଗଡ଼, ସରୋଜ କୁମାର ସାହୁ ନୟାଗଡ଼,ଲିପି ବେହେରା କନ୍ଧମାଳ, ଉସାତ କହଁର, ରାକେଶ କୁମାର ସାହୁ ଅଡ଼ିପଡ଼ା, ନୟାଗଡ଼,ବିରେନ୍ଦ୍ର କୁମାର ସାହୁ କନ୍ଧମାଳ ଜିଲ୍ଲାର ହୋଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା 

ଜବତ ଗଞ୍ଜେଇ ଓ ଗାଡ଼ିର ଆନୁମାନିକ ମୂଲ୍ୟ ପାଖାପାଖି 30 ଲକ୍ଷ ଟଙ୍କା ହେବ ବୋଲି ଅତିରିକ୍ତ ଏସପିରଞ୍ଜନ କୁମାର ଦେ ସାମ୍ବାଦିକ ସମ୍ମିଳନୀକରି ସୂଚନା ଦେଇଛନ୍ତି  ।

Post a Comment

Previous Post Next Post