ଧରାକୋଟ ୧୯/୦୮/୨୦୨୬ :- ଆଜି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ମିଶନ ଶକ୍ତି ପକ୍ଷରୁ ବି ପି ସି ସୁଶାନ୍ତ କୁମାର ନାୟକଙ୍କ ତତ୍ତ୍ୱାବଧାନରେ 'ଲକ୍ଷପତି ଦିଦି' କର୍ମଶାଳା ଏବଂ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି ।ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ଧରାକୋଟ ତହସିଲଦାର ଶ୍ରୀ ଲମ୍ବୋଦର ମାରାଣ୍ଡିଙ୍କ ସହ ସିଡିପିଓ ସୁନୀଲପରଭା ରଥ ମହୋଦୟା,ବିପିଏମ ପ୍ରତାପ ସ୍ୱାଇଁ, ସହକାରୀ ବିଡ଼ିଓ ଭବାନୀ ଶଙ୍କର ପ୍ରଧାନ,ସହକାରୀ ନିର୍ବାହୀ ଯନ୍ତ୍ରୀ ଯନ୍ତ୍ରୀ ଶ୍ରୀ ଜ୍ଞାନରଞ୍ଜନ ମହୋଦୟ ,ଜିଲ୍ଲା ପରିଷଦ ସଭ୍ୟ ଟୁକୁନା ଗୌଡ଼ଙ୍କ ଉପସ୍ତିତିରେ କର୍ମଶାଳା ଉଦ୍ଘାଟିତ ହେଲା ଅମରେଶ ଭାଇ ଅତି ସରଳତାର ସହ ମଞ୍ଚ ପରିଚାଳନା କରିଥିଲେ |ସର୍ବ ପ୍ରଥମେ ଦୀପ ପ୍ରଜ୍ୱଳନ, ବନ୍ଦେ ମାତରଂ ଗାନ ପରେ ମଞ୍ଚରେ ଥିବା ଅତିଥି ସ୍ୱାଗତ ସଂମାନ ଓ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସାନମାନୀତ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଦେଖିବାକୁ ମିଳିଛି |ଉକ୍ତ କର୍ମଶାଳା ତିନିଦିନ ଧରି ଚାଲିବା ବେଳେ ଧରାକୋଟ ବ୍ଲକର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ର ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ଏବଂ ସେମାନଙ୍କ ମଧ୍ୟରେ ଉଦ୍ୟୋଗିତା ଭାବନା ଜାଗ୍ରତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଅଟେ।
ଏହି ସଫଳ କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁଗୁଡ଼ିକ ନିମ୍ନରେ ପ୍ରଦାନ କରାଗଲା:
୧. କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟଲକ୍ଷପତି ଦିଦିରୁ ମହାଲକ୍ଷପତି: ମହିଳାମାନଙ୍କୁ ଲକ୍ଷପତି ଦିଦିରୁ 'ମହାଲକ୍ଷପତି ଦିଦି' ଭାବେ ଗଢ଼ିତୋଳିବା ପାଇଁ ଆବଶ୍ୟକ ଜ୍ଞାନ ଓ କୌଶଳ ପ୍ରଦାନ କରାଯାଇଛି।
ଉଦ୍ୟୋଗିତା ବିକାଶ: SHG ମହିଳାମାନେ କିପରି ନିଜର ବ୍ୟବସାୟ ବଢ଼ାଇ ପାରିବେ ଓ ନୂଆ ସୁଯୋଗର ସଦୁପଯୋଗ କରିବେ, ସେ ବିଷୟରେ ଆଲୋଚନା ହୋଇଛି।
ସରକାରୀ ସହାୟତା: ସରକାରଙ୍କ ବିଭିନ୍ନ ଯୋଜନା, ଯେପରିକି ସୁଭଦ୍ରା ଯୋଜନା ଓ ଅନ୍ୟାନ୍ୟ ଆର୍ଥିକ ପ୍ରୋତ୍ସାହନ ବିଷୟରେ ମହିଳାମାନଙ୍କୁ ସଚେତନ କରାଯାଇଛି।
୨. ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା (Food Festival)ଓଡ଼ିଶାର ଐତିହ୍ୟ: ଓଡ଼ିଶାର ସମୃଦ୍ଧ ପାରମ୍ପରିକ ଖାଦ୍ୟ ସଂସ୍କୃତିକୁ ଏହି ଉତ୍ସବ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି।
ମହିଳାଙ୍କ କଳା: ସ୍ଥାନୀୟ ମହିଳାମାନେ ନିଜ ହାତର ପ୍ରସ୍ତୁତ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଓ ପୁଷ୍ଟିକର ପାରମ୍ପରିକ ପିଠାପଣା ଏବଂ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ କରିଥିଲେ।
ଜୀବିକା ସୁଯୋଗ: ଖାଦ୍ୟ ପ୍ରସ୍ତୁତି କ୍ଷେତ୍ରରେ ମହିଳାମାନେ କିପରି କ୍ୟାଟରିଂ କିମ୍ବା କ୍ଷୁଦ୍ର ଶିଳ୍ପ ଆରମ୍ଭ କରି ରୋଜଗାର କ୍ଷମା ହୋଇପାରିବେ, ତାହା ଦର୍ଶାଯାଇଛି।
ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ମିଳିତ ପ୍ରୟାସରେ ଏହିଭଳି କାର୍ଯ୍ୟକ୍ରମ ସାରା ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଆୟୋଜିତ ହୋଇ ମହିଳା ସଶକ୍ତିକରଣକୁ ଆହୁରି ମଜବୁତ କରିବା ମୂଳ ଲକ୍ଷ ।
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା


