ଲୋହରା ଖଣ୍ଡି ସାହିତ୍ୟ ସାଂସଦ ତରଫରୁ ସ୍ୱାଧୀନତା ଦିବସରେ ବୃକ୍ଷରୋପଣ, ଆଲୋଚନା ଓ କବିତା ପାଠୋତ୍ସବ।


ଭଞ୍ଜନଗର : ୧୬/୦୮ (ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା )ଓଡ଼ିଆ କବିତାରେ ଦୀର୍ଘ ପରମ୍ପରାରେ ଦେଶପ୍ରେମ ଏକ ଶକ୍ତିଶାଳୀ ଭାବଧାରା। ମାତୃଭୂମି ପାଇଁ ଆତ୍ମବଳିଦାନର ଆହ୍ୱାନ, ମାତୃଭାଷାର ସୁରକ୍ଷାର ଶପଥ, ଓଡ଼ିଆ ଜାତିର ଅସ୍ମିତାର ଘୋଷଣା, ଶୋଷିତ, ନିଷ୍ପେଷିତ ମଣିଷ ପ୍ରତି ମମତାର ଅଭିବ୍ୟକ୍ତି ହେଉଛି ଦେଶପ୍ରେମ। ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଲୋହରାଖଣ୍ଡି ସାହିତ୍ୟ ସଂସଦ ତରଫରୁ ପାତ୍ର କଲୋନୀସ୍ଥିତ ଶ୍ରୀ ଜଗନ୍ନାଥ କଲ୍ୟାଣ ମଣ୍ଡପଠାରେ ସ୍ୱାଧୀନତା ଦିବସରେ ବୃକ୍ଷରୋପଣ ସହିତ ‘କବିତାରେ ଦେଶପ୍ରେମ’ ଶୀର୍ଷକ ଉପରେ ଆଲୋଚନା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂସଦର କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମକୁ ଉଦ୍‍ଘାଟକ କରିଥିଲେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ। ମୁଖ୍ୟ ଅତିଥି ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବାଲିପଦରସ୍ଥିତ ‘ଘୁମୁସରର ସ୍ୱର’ର ସଭାପତି ଡ. ବି. ପ୍ରକାଶ ଚନ୍ଦ୍ର ପାତ୍ର, ମୁଖ୍ୟବକ୍ତା ଭାବେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ସୁଶ୍ରୀ ରୋଜାଲିନ ମହାରଣା, ସମ୍ମାନୀତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ୟାମାପ୍ରସାଦ ମିଶ୍ର ଉପସ୍ଥିତ ରହି କବିତାରେ ଦେଶପ୍ରେମ ଶୀର୍ଷକ ଆଲୋଚନା କରିଥିଲେ। ପ୍ରଥମେ ଶ୍ରୀ ଜଗନ୍ନାଥ କଲ୍ୟାଣ ମଣ୍ଡପ ପରିସରରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା। ସଂସଦର ସଦସ୍ୟ ସୁନୀଲ କୁମାର ପାଣି ଅତିଥି ଆହ୍ୱାନ କରିଥିଲେ। ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ସ୍ୱାଗତ ଭାଷଣ ଦେଇଥିବାବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ସଦସ୍ୟା ଶୁଭସ୍ମିତା ଦାଶ। କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ସାଙ୍ଗଠନିକ ସମ୍ପାଦିକା ଶ୍ରୀମତୀ କଳ୍ପନା କୁମାରୀ ପ୍ରଧାନ। ଶିକ୍ଷକ ତଥା କଣ୍ଠଶିଳ୍ପୀ ଚନ୍ଦନ ବାଡ଼ତ୍ୟା ପାରମ୍ଭିକ ସଂଗୀତ ଗାନ କରିଥିବାବେଳେ ସୁଶ୍ରୀ ମୋନାଲିସା ସାବତ ନୃତ୍ୟ ପରିବେଷଣ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଆୟୋଜିତ କବିତା ପାଠୋତ୍ସବରେ ୪୦ରୁ ଅଧିକ ସାହିତ୍ୟିକ ଦେଶପ୍ରେମ ଉପରେ ଆଧାରିତ ନିଜର ସ୍ୱ ରଚିତ କବିତା ପାଠ କରିଥିଲେ। କବିତା ଗୁଡ଼ିକୁ ସଂଯୋଜନା କରିଥିଲେ ସଦସ୍ୟା ଶ୍ରୀମତୀ ଲୋପାମୁଦ୍ରା ରଥ। ପରିଚାଳନା ସମ୍ପାଦିକା ଶ୍ରୀମତୀ ପ୍ରଭାତୀ ମଞ୍ଜରୀ ବେହେରା, ସଦସ୍ୟା ରଞ୍ଜୁଲତା ବେହେରା, ସଦସ୍ୟ ପ୍ରଫୁଲ୍ଲ କୁମାର ମହାରଣା, ନବ କୁମାର ବିଷୋୟୀ, ରଞ୍ଜିତ ଜେନାଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିବାବେଳେ ଶ୍ରୀମତୀ ସ୍ନେହଲତା ବିଷୋୟୀ  ଧନ୍ୟବାଦ ପ୍ରଦାନ କରିଥିଲେ।

Post a Comment

Previous Post Next Post