ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୧୭/୦୮/୨୦୨୬ :- ଆଜି ଧରାକୋଟରେ ତ୍ରିରଙ୍ଗା ଶୋଭାଯାତ୍ରାର ଅନ୍ତିମ ଦିନରେ ବଡ ଧୁମ ଧାମରେ ପାଳିତ ହୋଇଛି ତ୍ରିଙ୍ଗ ଶୋଭା ଯାତ୍ରା | ଭାରତର ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ସମଗ୍ର ଭାରତ ବର୍ଷରେ ଏହି ଉଚ୍ଚବକୁ ଅଗଷ୍ଟ ୧୩ ତାରିଖ ଠାରୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ବଡ ଧୁମ ଧାମରେ ପାଳନ କରିବା ପାଇଁ ନିର୍ଦେଶ ଥିଲା | ଭାରତର ଜାତୀୟ ପତାକା ତଥା 'ତିରଙ୍ଗା'ର ଇତିହାସ ଏବଂ ତିରଙ୍ଗା ଯାତ୍ରାର କାହାଣୀ ଅତ୍ୟନ୍ତ ଗୌରବମୟ । ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଦେଶବାସୀଙ୍କୁ ଏକତା ସୂତ୍ରରେ ବାନ୍ଧିବା ପାଇଁ ତିରଙ୍ଗାର ଜନ୍ମ ହୋଇଥିଲା । ଓଡ଼ିଶା ସମେତ ସାରା ଦେଶରେ ପାଳିତ ହେଉଥିବା 'ହର୍ ଘର୍ ତିରଙ୍ଗା' ଏବଂ ତିରଙ୍ଗା ଯାତ୍ରା ଆମର ସେହି ବୀର ସହୀଦମାନଙ୍କ ବଳିଦାନକୁ ମନେ ପକାଇଥାଏ | ଆମ ଦେଶର ଗୌରବ ତ୍ରିରଙ୍ଗା ପତାକାକୁ ସନମାନ ଜଣାଇ ଦେଶ ପ୍ରେମରେ ରଙ୍ଗେଈ ହୋଇ ଭାରତ ମାତାର ଜୟ ଜୟ କାର ଧ୍ୱନିରେ ଗଗନ ପବନ ପ୍ରକମ୍ପିତ କରି ତ୍ରିରଙ୍ଗା ଯାତ୍ରା ରେ ଶତାଧିକ ଲୋକଙ୍କ ସାମିଲ ହେବ ସହ ଜିଲ୍ଲା ସଭାପତି ବିଜୟ ସ୍ୱାଇଁ,ସାଂସଦ ପ୍ରତିନିଧି ମୁନ ପ୍ରଧାନ,ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଜିତ୍ ପଣ୍ଡା,ଜିଲ୍ଲା ସମ୍ପାଦକ ଦେବାଶିଷ ମିଶ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚିନ୍ମୟ ରେଡ୍ଡୀ,ଅନିଲ ତ୍ରିପାଠୀ,ଜିଲ୍ଲା ସାଧାରଣ ସମ୍ପାଦକ ହୃଷିକେଶ ଭାଇ,ଜହଡା ମଣ୍ଡଳ ସଭାପତି ଜିତେନ୍ଦ୍ର ବିଶୋଇ,ଜିଲ୍ଲା ଉପସଭାପତି ମୀଲୁ ସ୍ୱାଇଁ,ଅନୀଲ ସ୍ୱାଇଁ ସମେତ ଧରାକୋଟ ବ୍ଲକର ଅନେକ ଟାଣୁଆ କର୍ମୀଙ୍କ ମିଳିତ ପ୍ରୟାସରେ ତ୍ରିରଙ୍ଗା ପାଦ ଯାତ୍ରା ସଫଳ ହୋଇଥିବା ଦେଖିବାକୁ ମିଳିଛି |
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ


