ମାଣିକ୍ୟପୁର ସମବାୟ ସମିତିରେ କୃଷକ ବୈଠକ, ଦ୍ବନ୍ଦରେ ଚାଷୀ



ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ମାଣିକ୍ୟପୁର ୧୧/୦୮/୨୦୨୬:- ଆଜି ଧରାକୋଟ ବ୍ଲକ ଅନ୍ତର୍ଗତ ମାଣିକ୍ୟପୁର ସମବାୟ ସମିତି ଅନୁକୁଲ୍ୟରେ ମାଣିକ୍ୟପୁର,ମଛାକୋଟ ଓ ସାବା ପଞ୍ଚାୟତର ଶତାଧିକ ଚାଷୀ ମାନଙ୍କୁ ନେଇ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା | ଉକ୍ତ ବୈଠକଟି ମାଣିକ୍ୟପୁର ସମବାୟ ସମିତି ସେକ୍ରେଟାରୀ ଶ୍ରୀ ରାମକୃଷ୍ଣ ଚୌଧୁରୀ ଓ ଡାଟା ଅପରେଟର ସନ୍ତୋଷ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିବା ବେଳେ ସମିତି ସଭାପତି ପ୍ରଶାନ୍ତ ପଟନାୟକ, ସମସ୍ତ ସମିତି ସଦସ୍ୟ, ସନ୍ତୋଷ ପ୍ରଧାନ, ଆର.ଆଇ ଏସ. ଜଗନ୍ନାଥ ରେଡ୍ଡୀ,ମାଣିକ୍ୟପୁର ସରପଞ୍ଚ ପ୍ରତିନିଧି ଶାନ୍ତନୁ କୁମାର ବିଷୋୟୀ,ସାବା ସମିତି ସଭ୍ୟ ପ୍ରତିନିଧି ମନୋଜ ପାତ୍ର,ସାବା ପୂର୍ବତନ ସରପଞ୍ଚ ଅନନ୍ତ ଗୌଡ଼,କୃଷ୍ଣ ଛଟେଇ,ସଫଳ ଚାଷୀ ଟୁନା ପାଣିଗ୍ରାହୀ ସହ ଶତାଧିକ ଚାଷୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି | ଉକ୍ତ ବୈଠକର ମୂଳ ଉଦେଶ୍ୟ ମଣ୍ଡି ମାଧ୍ୟମରେ ଧାନ ବିକ୍ରି ପାଇଁ ରହିଥିବା ଚାଷୀ ପଞ୍ଜିକରଣର ସରକାରୀ ନିୟମ ବିଷୟରେ ଲୋକଙ୍କୁ ଅବଗତ କରାଇବା | ସୂଚନା ଆଧାରରେ ସମବାୟ ସମିତି ସେକ୍ରେଟାରୀଙ୍କ କହିବା କଥା ଚଳିତ ବର୍ଷ ସରକାର ଏସ.ହେଚ.ଜି ଜରିଆରେ ପରିଚାଳିତ ସମସ୍ତ ମଣ୍ଡିକୁ ଧାନ କ୍ରୟ କରିବାପାଇଁ ବନ୍ଦ କରିଥିବା ବେଳେ ଆମ ଅଞ୍ଚଳର ୩ ଗୋଟି ପଞ୍ଚାୟତ ସମିତି ଉପରେ ନିର୍ଭର କରିବା ଜଣା ପଡିଛି ଉକ୍ତ ମଧ୍ୟରେ ସରକାର ଜାରି କରିଥିବା ନିୟମ ଏଗ୍ରିଷ୍ଟେକ ଆଇଡି ମୁଣ୍ଡ ବିନ୍ଧାର କାରଣ ପାଲଟିଛି | ଯଦି ଏଗ୍ରିଷ୍ଟେକ ଆଇଡି ବାଧ୍ୟତା ମୂଳକ ହୁଏ ତେବେ ଅନେକ ଚାଷୀ ଭାଇଙ୍କ ନିଜ ନାମରେ ଜମି ନାହିଁ ସେମାନଙ୍କ ଏଗ୍ରିଷ୍ଟେକ ଆଇଡି କେମିତି କରିବେ,ଭାଗ ଚାଷୀ କ'ଣ ଧାନ ବିକ୍ରି କରିପାରିବେନି, ମଠ ଓ ମନ୍ଦିର ଜମି ଚାଷ କରୁଥିବା ସେବାୟତ ଓ ବାପା,ମା' ନାମରେ ଥିବା ପୁଅ ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ କି ବୋଲି ଚାଷୀ ମାନେ ପ୍ରଶ୍ନ କରିଥିବା ଦେଖିବାକୁ ମିଳିଛି | ସମସ୍ତ ଚାଷୀ ମାନଙ୍କ ଉପସ୍ତିତିରେ ମଣ୍ଡି ନିରୀକ୍ଷକ ଏ.ଆର.ସି.ସି ଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିବାରୁ ଚାଷୀଙ୍କ ମନରେ ଥିବା ସମସ୍ତ ଦ୍ଵନ୍ଦ ଆଗାମୀ କାଲି ଦୂର ହୋଇଯିବ ସମସ୍ତ ସେକ୍ରେଟାରୀଙ୍କୁ ନେଇ ଏହାର ପ୍ରଶିକ୍ଷଣ ଶିବିର ଭଞ୍ଜନଗରରେ ଅନୁଷ୍ଠିତ ହେବ ବୋଲି କହିବା ସହ ଚାଷୀଙ୍କ ହିତରେ ସରକାର ଅଛନ୍ତି ଓ ସମସ୍ତେ କିଭଳି ସୁବିଧାରେ ଧାନ ବିକ୍ରି କରିପାରିବେ ତାହାର ରାସ୍ତା ଥିବା ନେଇ ସୂଚନା ଦେଇଥିଲେ | ଚାଷୀ ଅକ୍ଲାନ୍ତ ପରିଶ୍ରମ କରି ଫସଲ ଅମଳ କରେ ଯଦି ଫସଲ ବିକ୍ରି କରିପାରିବନି ସରକାର ଚାଷୀ ମାରଣ ନୀତି ଆଣନ୍ତି ତେବେ ଆଗାମୀ ଦିନରେ ଚାଷୀ ମାନଙ୍କ ବଡ ଆନ୍ଦୋଳନ ହେବା ନେଇ ସୂଚନା ଦେଇଥିଲେ ସମସ୍ତ ଚାଷୀ |    

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ 

             ମୋ ନିଯୁଜୁ ଓଡିଶା

Post a Comment

Previous Post Next Post