l
ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଆସ୍କା ୨୮/୦୭/୨୦୨୬:- ଋଷୁକୁଲ୍ୟ ଓ ବଡ ନଦୀ ଟାଟା ବର୍ତି ଅଞ୍ଚଳ ହିଞ୍ଜିଳିକାଟୁ, ଚେରମାରିଆ, କେନ୍ଦୁପଦର,ଆସ୍କା, ଧରାକୋଟ, ସୋରଡ଼ା ନିକଟ ନଦୀ ମଧ୍ୟରୁ ବେଆଇନ ବାଲି ଉତୋଳନ କରି ଚାଲାଣ କରୁଥିବା ବେଳେ ମାଡ଼ି ବସିଲା ଆସ୍କା ପୋଲିସ l
ବେଆଇନ୍ ବାଲି ଘାଟରୁ ଆସ୍କା କାଳଷଣ୍ଢ ପୁର ଦେଇ ବ୍ରହ୍ମପୁର ଅଭିମୁଖେ ବେଆଇନ ବାଲି ଚାଲାଣ ହେଉଥିବା ବେଳେ କାଳଷଣ୍ଢ ପୁର ଛକ ଠାରେ ୯ ଗୋଟି ବାଲି ବୋଝେଇ ହାଇବାକୁ ଆସ୍କା ପୋଲିସ ଜବତ କରି ନିଜ ହେଫଜାତକୁ ନେଇଥିବା ଅଧିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି l ହିଞ୍ଜିଳିକାଟୁ, ଚେରମାରିଆ, କେନ୍ଦୁପଦର, ଆସ୍କା, ଧରାକୋଟ, ସୋରଡ଼ା ଭଳି ବେଆୟିନ ବାଲି ଚାଲାଣ ରାତି ତମାମ ଜାତୀୟ ରାଜପଥ ଦେଇ ରାଜ୍ୟ ତଥା ରାଜ୍ୟ ବାହାରକୁ ବାଲି ଚୋରା ଚାଲାଣ ହେଉଥିବା ସୂଚନା ପାଇ ଆସିକା ଏସ.ଡି.ସି.ପି ସୌରଭ ରଞ୍ଜନ ପ୍ରଧାନ ଓ ତାଙ୍କ ଟିମ୍ ମିଶି ବାଲି ବୋଝେଇ ହାଇବା ଗୁଡିକୁ ଧରିବାରେ ସଫଳ ହୋଇଛନ୍ତି l ସୂଚନା ଅନୁଯାଇ କିଛି ବାଲି ଘାଟରୁ ମାଇନିଂ ଓ ତାହସିଲ ବିଭାଗ ର ମିଳିତରେ ଗଳା ବାଟ ସୂତ୍ର କାଢି ନିଜ ନିଜ ଭିତରେ କନ୍ଦଳରେ ବାଲି ମାଫିଆ ମାନେ ମlଲା ମାଲ ହେଉ ଥିବା ନଜର ରହିଛି l ମାଫିଆ ମାନେ ସରକାରଙ୍କ ନିଅମକୁ ଫୁ କରି ନଦୀରୁ ଅନିୟମ ଅନୁଯାଇ ଆବଶ୍ୟକ ଠାରୁ ଢେର ଅଧିକା ବାଲି ଉଠାଣ କରି ତିନିଗୁଣ ଅଧିକ ଦରରେ ବାଲି ବିକ୍ରି କରିବା ଶହ ବର୍ଷା ଋତୁ ଆସିବା ପୂର୍ବରୁ କୋଟି କୋଟି ଟଙ୍କାର ବାଲି ଗଛିତ କରାଯାଇ ଥିଲେ ମଧ୍ୟ୍ୟ ସ୍ଥାନୀୟ ପ୍ରଶାସନ ଗଛିତ ବାଲି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା କାରଣରୁ ଅଞ୍ଚଳରେ ପ୍ରତିବାଦ ଜୋର ଧରିଛି l ବେଆଇନି ବାଲି ଉତ୍ତାଳନ ଯୋଗୁ ନଦୀ ମାନଙ୍କରେ ଗଣ୍ଡ ସୃଷ୍ଟି ହୋଇ ଅନେକଙ୍କ ପ୍ରାଣ ହାନି ହେଉଥିବା ଆଗରୁ ନଜରକୁ ଆସିଛି ଜନତାଙ୍କ ପ୍ରଶ୍ନ ଏହାର କାର୍ଯ୍ୟାଅନୁଷ୍ଠାନ କେବେ ହେବ ତାହା ଦେଖିବାକୁ ବାକି ରହିଲା ଲ
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା


