ଧରାକୋଟରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣି କାର୍ଯ୍ୟକ୍ରମ


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୨୯/୭/୨୦୨୬ :- ଆଜି ଧରାକୋଟ ବ୍ଲକ ସଭାଗୃହରେ ୨୦୨୫/୨୬ ବର୍ଷର ମନରେଗା ଯୋଜନା ର ସାମାଜିକ ସମୀକ୍ଷା ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମଟି ଏ.ପି.ଓ ନନ୍ଦିନୀ ଦାସ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭଞ୍ଜନଗର ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରାଙ୍କ ସହ ତହସିଲଦାର ଲମ୍ବୋଦର ମାରାଣ୍ଡି, ବି.ଡି.ଓ ତୃପ୍ତିମୟି ଜେନା, ଜିଲ୍ଲା ସାମାଜିକ ସଂଯୋଜକ ରବୀନ୍ଦ୍ର ମଲାଣ,ଅତିରିକ୍ତ ତହସିଲଦାର ଗଣେଶ ଦଳାଇ , ଏ.ବି.ଡି.ଓ ଭବାନୀ ଶଙ୍କର ପ୍ରଧାନ,ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ଞାନ ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଧରାକୋଟ ବ୍ଲକର ୧୮ ଗୋଟି ପଞ୍ଚାୟତ ରେ ୨୫୦୪୩ ଜଣ ଜବକାର୍ଡ ଧାରି ଙ୍କ ପାଇଁ ୫୭୩୮୩୦ ଶ୍ରମ ଦିବସ ସୃଷ୍ଟି ହୋଇଛି। ସେହିପରି ୫୨୪ ଜନ ଜବକାର୍ଡ ଧରି ଶହେ ଦିନ ଶ୍ରମ ଦିବସ ପୂରଣ କରିଛନ୍ତି । ୨୦୨୫/୨୬ ବର୍ଷରେ ମନରେଗା ଯୋଜନାରେ ମୋଟ ତିନି କୋଟି ସତର ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସଂପ୍ରତି ବି.ଭି.ଜି.ରାମ.ଜି ଆରମ୍ଭ ହୋଇଯାଇଥିବାରୁ ଏହାର ସଫଳ ରୂପାୟନ ପାଇଁ ସମସ୍ତେ ତତ୍ପର ଓ ସହଯୋଗ କରିବା ପାଇଁ ଉପସ୍ଥିତ ପଦାଧିକାରୀ ମାନେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ମନରେଗା ବିଭାଗର ଅମେସ ବେହେରା, ଦୀପକ ପଟ୍ଟନାୟକ,ସଞ୍ଜୀବ ରାଉଳ ,ଆଶୁତୋଷ ପ୍ରଧାନ ଙ୍କ ସମେତ ସମସ୍ତ ସହକାରି ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ,ସମସ୍ତ ପଞ୍ଚାୟତର ପି.ଇ.ଓ, ଏ.ଡି.ଇ.ଓ, ଜଙ୍ଗଲ ବିଭାଗ,ଉଦ୍ୟାନ କୃଷି ବିଭାଗ,ବିଦୂତ ବିଭାଗ, ସହ ମନରେଗା କାର୍ଯ୍ୟରେ ଜଡିତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ନିଜ ନିଜ କାର୍ଯ୍ୟ ଶୁଚି ଦର୍ଶାଇଥିବା ଦେଖିବାକୁ ମିଳିଛି | ଧରାକୋଟ ବ୍ଲକର ୧୮ ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ,ସରପଞ୍ଚ ପ୍ରତିନିଧି,ସମିତି ସଭ୍ୟ,ଜିଲ୍ଲାପରିଷଦ ଉପସ୍ଥିତ ରହି ଆଗାମୀ କାର୍ଯ୍ୟ ଶୁଚି ବିଷୟରେ ସୂଚନା ନେଇଥିବା ଦେଖିବାକୁ ମିଳିଛି |

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

            ମୋ ନିଯୁଜୁ ଓଡିଶା

Post a Comment

Previous Post Next Post