ସ୍ୱର୍ଗତ ରାଧା ଚରଣ ପଣ୍ଡାଙ୍କ ୧୭ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବୁଢ଼ାମ୍ୱରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ।କୋଦଳା

  ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବୁଢ଼ାମ୍ୱ ସ୍ଥିତ ପଞ୍ଚାଯତ କାର୍ଯ୍ୟାଳୟ ପରିସରରେ ସ୍ୱର୍ଗତ ରାଧା ଚରଣ ପଣ୍ଡାଙ୍କ ୧୭ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବୁଢ଼ାମ୍ୱ ପଂଚାୟତ, ଜୀବନ ଧାରା ପରିବାର ଓ ସମ୍ବାଦ ଆମ ଓଡ଼ିଶା ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରେ ୪୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଗୌରହରି ଜେନା, ଶିକ୍ଷକ ପ୍ରସନ୍ନ କୁମାର ନାୟକ, ବାପୁଜୀ ପାତ୍ର, ଜମିର ଅଲ୍ଲୀ ଖାନ୍, ଦେବେନ୍ଦ୍ର କୁମାର ମହାରଣା, ଟୁକୁନା ପ୍ରଧାନ,ଅବିନାଶ ନାୟକ, ରବୀନ୍ଦ୍ର ପ୍ରଧାନ, ତ୍ରିପତି ପାତ୍ର, ଅଭୟ ପାତ୍ର, କାଳୁ ଚରଣ ସାହୁ,ଅରୁଣ କୁମାର ଦଳେଇ,ସିଦ୍ଧାର୍ଥ ଜେନା, ଆଇନ ଜୀବି, ନୀଳାଞ୍ଚଳ ପଲେଇ, ଅରୁଣ ପ୍ରଧାନ, ବସନ୍ତ ନାୟକ, ସୁଶାନ୍ତ କୁମାର ଜେନା , ଗୌରହରୀ ପଲେଇ ,ଯଜ୍ଞପ୍ରସାଦ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ସିଦ୍ଧାନ୍ତ କୁମାର ଜେନା , ଦୁଷ୍ମନ୍ତ ପଲେଇ,, ଚନ୍ଦ୍ରଭାନୁ ଜେନା ସମେତ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।ବ୍ରହ୍ମପୁର ଏମ କେ ସି ଜି ରକ୍ତ ଭଣ୍ଡାର ପକ୍ଷରୁ ଡା.ଶ୍ରୀନିଧି, ଅଭିଲିପ୍ସା ଚୌଧୁରୀ,ଆଲୋକ ମହାନ୍ତି, ଶ୍ରୀକାନ୍ତ ବସନ୍ତିଆ,ସୋନାଲି ଖଟେଇ, ଶମ୍ଭୁ ପ୍ରସାଦ ଶତପଥି, ଶିଖା ପରିଡା, ଗୋପାଳ କୃଷ୍ଣ ସାହୁ, ଡି ବି କାର୍କେ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।


Post a Comment

Previous Post Next Post