ଓଁ ସଙ୍ଗୀତ ଏକାଡ଼େମୀ ଦ୍ୱାରା ଭଞ୍ଜନଗର ଠାରେ ମହମ୍ମଦ ଅଜିଜଙ୍କ ଜନ୍ମଦିନ ପାଳିତ।


ଭଞ୍ଜନଗର : -୦୩/୦୭ (ପ୍ରଫୁଲ୍ଲ କୁମାର ମହାରଣା ) ଭାରତର ପ୍ରସିଦ୍ଧ ବିଶିଷ୍ଠ କଣ୍ଠ ଶିଳ୍ପୀଙ୍କ ଜନ୍ମଦିନ ପାଳନ କରିବା ଅର୍ଥାତ ତାଙ୍କର ଗୁଣକୁ ପ୍ରଶଂସା କରିବା ସହିତ ତାଙ୍କର ଗୀତକୁ ସମ୍ମାନ ପ୍ରଦାନ କରିବା ଭଳି ଏକ ମହାନ ପ୍ରଶଂସନୀୟ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି ସ୍ଥାନୀୟ ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ। ଯେଉଁଠି ଭଞ୍ଜନଗର ସହରରେ ଥିବା ପୁରାତନ ସଂଗୀତ ଅନୁଷ୍ଠାନ ଓଁ ସଂଗୀତ ଏକାଡେମୀ ଦ୍ୱାରା ଆୟୋଜିତ ଜନ୍ମଦିନ ଉତ୍ସବ। ସେ ପୁଣି ଭାରତ ପ୍ରସିଦ୍ଧ ଯାଦୁ କଣ୍ଠ ଶିଳ୍ପୀ ମହମ୍ମଦ ଆଜିଜଙ୍କ। ସେହି ପୁଣ୍ୟ ଆତ୍ମାଙ୍କ କଣ୍ଠ ଆଜିବି ସମସ୍ତ ସଂଗୀତ ପ୍ରେମୀଙ୍କ ହୃଦୟରେ ଗୁଞ୍ଜରୀ ଉଠୁଛି। ଜଣେ ବେଙ୍ଗଲୀ ଅଧିବାସୀ ହୋଇ ମଧ୍ୟ ୧୦ଟି ଭାଷାରେ ପ୍ଲେବେକ୍କ ଫିଲ୍ମ ଜଗତରେ କଣ୍ଠ ଶିଳ୍ପୀ ଭାବେ ବିଶେଷ ପରିଚିତ। ହିନ୍ଦୀ ଏବଂ ଓଡ଼ିଆ ଗୀତ ସବୁଠାରୁ ଅଧିକ ପରିମାଣରେ ସେ ଗାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ସେ ଜଣେ ମୁସଲମାନ ପରିବାରରେ ଜନ୍ମ ହୋଇ ସୁଧା ତାଙ୍କ କଣ୍ଠରେ ଏମିତି ଯାଦୁ ଥିଲା ସେ ଯେଉଁ ଓଡ଼ିଆ ଭଜନ ଗାଉଥିଲେ ସବୁ ହିନ୍ଦୁ ଭକ୍ତ ତାଙ୍କ କଣ୍ଠ ଶୁଣି ଆନନ୍ଦରେ ବିଭୋର ହୋଇ ହଜି ଯାଉଥିଲେ। ୧୯୮୨ ରୁ ୨୦୧୮ ସାଲ ପର୍ଯ୍ୟନ୍ତ ଭାରତକୁ ହଜାର ହଜାର ଗୀତ ଗାଇ ଅନେକ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ୨୦ହଜାରରୁ ଅଧିକ ଗୀତ ଗାଇ ଆଜି ସେ ଅମର ହୋଇଯାଇଛନ୍ତି। ଓଁ ସଂଗୀତ ଏକାଡେମୀର ନିର୍ଦ୍ଦେଶକ ପ୍ରଦୀପ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା ସଙ୍ଗୀତ ଗୁରୁ ରାଜା ରାଓ, ଅବସରପ୍ରାପ୍ତ ବନ କର୍ମଚାରୀ ଶୁଳପାଣି ଶତପଥୀ, ଅବସରପ୍ରାପ୍ତ ଶିକ୍ଷକନେତା ସନ୍ତୋଷ କୁମାର ଜେନା ଏବଂ ଜଗବନ୍ଧୁ ଜେନା, ସଂସ୍କୃତି ଗବେଷକ ଜଗଦୀଶ ପାଣିଗ୍ରାହୀ ସଭା ମଣ୍ଡନ କରିଥିଲେ। କଣ୍ଠଶିଳ୍ପୀ ମହମ୍ମଦ ଆଜିଜଙ୍କ ଉଦ୍ଦେଶ୍ୟରେ କେକ କାଟିବା ସହିତ ଅନୁଷ୍ଠାନ ନିର୍ଦେଶକ ପ୍ରଦୀପ କୁମାର ସ୍ୱାଇଁ, ଚାନ୍ଦିନୀ ସିଂ, ସୋମ୍ୟ ରଞ୍ଜନ ବ୍ରହ୍ମା, ଶିବ ପ୍ରସାଦ ସାହୁ ଅଜୀଜଙ୍କ ଗାଇଥିବା ଗୀତ ପାରିବେଷଣ କରି ଏକ ସଙ୍ଗୀତମୟ ପରିବେଶ ସୃଷ୍ଟି କରିଥିଲେ। ଏମ୍‍ ବାଲାଜୀ, ଦଣ୍ଡପାଣି ସ୍ୱାଇଁ, ରାଜା ବାବୁ ଯନ୍ତ୍ର ସଂଗୀତ ବାଦନରେ ସହଯୋଗ କରିଥିଲେ। ପୁରୁ ଷୋତ୍ତମ ମହାପାତ୍ର, ସମୀର ମହାପାତ୍ର, ଦୁର୍ଗମାଧବ ଆଚରି, ପ୍ରଫୁଲ୍ଲ କୁମାର ମହାରଣା,ନବ ବିଶୋଇ, ଗିରିଶ ଚନ୍ଦ୍ର ସାହୁ, ବ୍ରଜବିହାରୀ  ଆଚାର୍ଯ୍ୟ, କେଶବ ଆଚାର୍ଯ୍ୟଙ୍କ ଭଳି ଅନେକ ସଂଗୀତ ପ୍ରେମୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଲୋହରାଖଣ୍ଡି ସାହିତ୍ୟ ସଂସଦର  ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ  ଶିକ୍ଷୟିତ୍ରୀ ପ୍ରଭାତୀ ମଞ୍ଜରୀ ବେହେରା।

Post a Comment

Previous Post Next Post