ଶଙ୍କର ପାଣିଗ୍ରାହୀ ମୋ ନିୟୁଜ୍ ଓଡ଼ିଶା ଦିଗପହଣ୍ଡି ୦୯/୦୫/୨୦୨୬ରିଖ :- ନାଗରୀକ ସୁରକ୍ଷା କାନୁନ୍ ସେବା ଓଡିଶା ରାଜ୍ଯ ମୁଖ୍ୟ ଅଧକ୍ଷ ଶ୍ରୀ ସନ୍ତୋଷ କୁମାର ହୋତା, ରାଜ୍ଯ ମିଡିଆ ମୂଖ୍ୟ ଶ୍ରୀ ବି ଶ୍ରୀନିବାସ ପାତ୍ର, ରାଜ୍ଯ ସିନିଅର ଅଧିକାରୀ ଶ୍ରୀ କୈଳାସ ଚନ୍ଦ୍ର ପାଢ଼ୀ, ଦକ୍ଷିଣ ଓଡିଶା ଅଧକ୍ଷ ଶ୍ରୀ କ୍ରିଷ୍ଣା ରେଡ୍ଡୀ ,ଗଂଜାମ ଜିଲ୍ଲା ଅଧକ୍ଷ ଶ୍ରୀ କିରଣ କୁମାର ସାହୁ, ଏବଂ ଗଞାମ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ବଳରାମ ତ୍ରିପାଠୀ,ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝରିପଦର ଗ୍ରାମ କୁ ଅଚାନକ ଗ୍ରସ୍ଥ କରିଥିଲେ ,ସେହି ଗ୍ରାମ ର ୨୨ ବର୍ଷୀୟ ଯୁବକ, ନାରାୟଣ ବେହେରା ନମକ ବ୍ୟକ୍ତିଏକ ଅଜଣା ଗାଡି ଧକ୍କା ଦେବାରୁ ସେ ମୃତ୍ୟୁ ବରଣ କରିଥିଲେ ଗତ କାଲି,ତାଙ୍କୁ ସ୍ଥାନୀୟଅଞ୍ଚଳବାସୀଙ୍କ କିଛି ସାହାଯ୍ୟ କରିବା ପାଇଁ ନାଗରୀକ ସୁରକ୍ଷକର୍ମୀମାନ ଙ୍କୁ ଜଣାଇ ଥିଲେ, ସେଥି ପାଇଁ ନାଗରୀକ ସୁରକ୍ଷା କାନୁନ୍ ସେବା ଟ୍ରଷ୍ଟ ପକ୍ଷରୁ ତାଙ୍କ ପରିବାର ଙ୍କୁ ୫୦୦୦ ଟଙ୍କା ସାହାଯ୍ୟ କରିଛନ୍ତି, ଏବଂ ଏହି ଗରିବ ଲୋକ ଟିକୁ କେମିତି ସରକାର ଙ୍କ ତରଫରୁ ସହଯୋଗ ମିଳିବ ସେଥି ପାଇଁ ନାଗରୀକ ସୁରକ୍ଷା କାନୁନ୍ ସେବା ଟ୍ରଷ୍ଟ ସରକାରଙ୍କ ଲୋକ ଲୋଚନ କୁ ନେଇ ସାହାଯ୍ୟ କରିବେ ବୋଲି ପ୍ରତି ଶ୍ରୁତି ଦେଇ ଛନ୍ତି, ନାଗରୀକ ସୁରକ୍ଷା କାନୁନ୍ ସେବା ଟ୍ରଷ୍ଟ ପ୍ରତ୍ୟେକ ଗରିବ ଲୋକ ମାନଙ୍କୁ କେମିତି ବି କିଛି ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ରାଜ୍ୟ ମୂଖ୍ୟ ଅଧକ୍ଷ ଶ୍ରୀ ସନ୍ତୋଷ କୁମାର ହୋତା ଏବଂ ଦକ୍ଷିଣ ଓଡିଶା ଅଧକ୍ଷ ଶ୍ରୀ କ୍ରିଷ୍ଣା ରେଡ୍ଡୀ କହିଛନ୍ତି ।
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିୟୁଜ୍ ଓଡ଼ିଶା


