ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ବଡ଼ଗଡ଼ ୩୦/୦୪/୨୦୨୬:-ଆଜି ବଡ଼ଗଡ଼ ଥାନା ଅଧିକାରୀଙ୍କ ଶ୍ରୀ ବିମଲ କୁମାର କହଁର ମହୋଦୟଙ୍କ ନେତୃତ୍ୱରେ ଜଳି ଓ ଲେଙ୍ଗମ ଗ୍ରାମରେ ପୃଥକ ପୃଥକ ଭାବେ ଅନ୍ଧ ବିଶ୍ୱାସ ବିରୁଦ୍ଧରେ ଦାଶକାଠି ଲୋକ ନୃତ୍ୟ ମାଧ୍ୟମରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି | ଉକ୍ତ କାର୍ଯ୍ୟକ୍ରମଟି ଥାନା ଅଧିକାରୀ ଶ୍ରୀ ବିମଲ କୁମାର କହଁର, ଅତିରିକ୍ତ ଥାନା ଅଧିକାରୀ ମୃତୁଞ୍ଜୟ ପ୍ରଧାନ ଓ ଅନ୍ୟ ପୋଲିସ କର୍ମୀଙ୍କ ମିଳିତ ପ୍ରୟାସରେ କାର୍ଯ୍ୟକ୍ରମ ସଫଳ ହୋଇଥିବା ଦେଖିବାକୁ ମିଳିଛି |ଉକ୍ତ ସଚେତନ କାର୍ଯ୍ୟକ୍ରମ ସଖାଳ ୧୦ ଘଣ୍ଟା ସମୟରେ ଜଳି ଗ୍ରାମ ବିଦ୍ୟାଳୟ ପରିସର ମଧ୍ୟରେ ସନ୍ଧ୍ୟା ୬:୩୦ମି.ରେ ଲେଙ୍ଗମା ବିଦ୍ୟାଳୟ ପରିସର ମଧ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | କାର୍ଯ୍ୟକ୍ରମରେ ମାଣିକ୍ୟପୁର ସରପଞ୍ଚ ଉର୍ବଶୀ ବିଷୋୟୀ,ସରପଞ୍ଚ ପ୍ରତିନିଧି ଶାନ୍ତନୁ କୁମାର ବିଷୋୟୀ,ସମାଜ ସେବି ପିଣ୍ଟୁ ପଟନାୟକ,କୃଷ୍ଣ ଛଟେଇ,ପ୍ରଧାନ ଶିକ୍ଷକ,ସହପାଠୀ ଶିକ୍ଷକ, ଲେଙ୍ଗମା ୱାର୍ଡ ମେମ୍ବର,ଗ୍ରାମର ସଭାପତି,ଗ୍ରାମ କମିତିଙ୍କ ସହ ଅନେକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ସେହିଭଳି ଜଳିରେ ଜଳି ଓ ରଙ୍ଗାମାଟିଆ ଗ୍ରାମର ୱାର୍ଡ ମେମ୍ବର,ଗ୍ରାମ ସଭାପତି, ଗ୍ରାମ କମିତିଙ୍କ ସହ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିବା ଦେଖିବାକୁ ମିଳିଛି | କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ ସାପ କାମୁଡ଼ିଲେ ଗୁଣିଆ ନିକଟକୁ ନଯାଇ ଡାକ୍ତର ଖାନାକୁ ଯିବା ଓ ଜର ରୋଗ ହେଲେ ଗୁଣିଗାରେଡି ଭଳି ଅନ୍ଧ ବିଶ୍ୱାସ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବା ପାଇଁ ଥାନା ଅଧିକାରୀ ନିଜେ ପରାମର୍ଶ ଦେବା ସହ ଦେବେନ୍ଦ୍ର ନାଥ ଦାସ ଓ ତାଙ୍କ ସହଯୋଗୀ ଲୋକ କଳା ମାଧ୍ୟମରେ ସଚେତନ କରାଇଥିଲେ | ଉପସ୍ଥିତ ସମସ୍ତ ଲୋକେ ଉକ୍ତ କାର୍ଯ୍ୟକ୍ରମକୁ ବୁଝିବା ସହ ଅନ୍ୟଙ୍କୁ ସଚେତନ କରିବା ପାଇଁ ପ୍ରତିଶୃତି ଦେଇଥିଲେ |
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା


