ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍। ଦୁର୍ଘଟଣାରେ ୨ ଆହତ। ଗଞ୍ଜାମ ଖଲ୍ଲିକୋଟ ଥାନା ମଥୁରା ନିକଟରେ ଏଭଳି ଏକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଖଲ୍ଲିକୋଟ ପଟୁ ଏକ ହୋଣ୍ଡା ସାଇନ୍ ଯୋଗେ ୨ ଯୁବକ ନୂତନ ବ୍ରହ୍ମପୁର ଆସୁଥିବା ବେଳେ ବାଇକ୍ ଟି ଭାରସାମ୍ଯ ହରାଇ ଏକ ଗଛକୁ ପିଟି ହୋଇ ଯାଇଥିଲା। ଦୁର୍ଘଟଣାରେ ୨ ଯୁବକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
ନୂତନ ବ୍ରହ୍ମପୁରର ମଙ୍ଗୁଳୁ ନାହାକଙ୍କ ସମେତ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି।
Tags:
.ମୁଖ୍ୟ ଖବର


