ଧରାକୋଟ ଗୋଷ୍ଟିଉର୍ଣ୍ଣୟନ ପରିସରରେ ପଞ୍ଚାୟତି ରାଜ ଦିବସ ପାଳିତ


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୨୪/୦୪/୨୦୨୬ :-ଆଜି ଧରାକୋଟ ଗୋଷ୍ଟିଉର୍ଣ୍ଣୟନ ପରିସରରେ ପଞ୍ଚାୟତି ରାଜ ଦିବସ ପାଳିତ ହୋଇଥିବା ଦେଖିବାକୁ ମିଳିଛି |ଗ୍ରୀଷ୍ମ ପ୍ରଭାଙ୍କୁ ଆଖି ଆଗରେ ରଖି ସାରା ଓଡ଼ିଶାରେ ସନ୍ଧ୍ୟା ୬ ଘଣ୍ଟା ସମୟରେ ଉକ୍ତ ଦିବସ ପାଳନ କରାଯାଇଥିବା ଦେଖିବାକୁ ମିଳିଥିବା ବେଳେ ଏହି ଉଛବ ପାଳନର ମୁଖ୍ୟ ଉଦେଶ୍ୟ, ସ୍ଥାନୀୟ ସ୍ୱରାଜ୍ୟକୁ ସୁଦୃଢ଼ ​​କରିବା ଏବଂ ଗ୍ରାମୀଣ ସ୍ତରରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା। ଭାରତରେ ଜାତୀୟ ପଞ୍ଚାୟତିରାଜ ଦିବସ ୨୪ ଏପ୍ରିଲ ୨୦୨୬ (ଶୁକ୍ରବାର) ଦିନ  ସାରା ଦେଶରେ ପାଳନ କରାଯାଇଛି । ଏହି ଦିବସ ପ୍ରତିବର୍ଷ ଏପ୍ରିଲ ୨୪ ରେ ପାଳନ କରାଯାଏ। ଏହି ଦିବସ ୭୩ ତମ ସମ୍ବିଧାନ ସଂଶୋଧନ ଆଇନକୁ ମନେ ପକାଇବା ପାଇଁ ପାଳନ କରାଯାଏ, ଯାହା ଏପ୍ରିଲ ୨୪ , ୧୯୯୩ ରେ କାର୍ଯ୍ୟକାରୀ ହୋଇଥିଲା, ଯାହା ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକୁ ସାମ୍ବିଧାନିକ ମାନ୍ୟତା ଦେଇଥିଲା।ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏହି ଅବସରରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରେ, ଉତ୍କୃଷ୍ଟ ପଞ୍ଚାୟତମାନଙ୍କୁ ସମ୍ମାନିତ କରାଯାଏ । ଏହା ମହାତ୍ମା ଗାନ୍ଧୀଙ୍କ "ଗ୍ରାମ ସ୍ୱରାଜ" ସ୍ୱପ୍ନର ସାକାର ଏବଂ ଏକ ସଶକ୍ତ ଗ୍ରାମୀଣ ଭାରତର ପ୍ରତୀକ ବୋଲି ଜଣାପଡିଛି ।ଉକ୍ତ କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ଧରାକୋଟ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀଙ୍କ ସଭାପତିତ୍ୱରେ ବଡ ଧୁମ ଧାମରେ ପଞ୍ଚାୟତି ରାଜ ଦିବସ ପାଳନ କରାଯାଇଛି | ଉକ୍ତ ଉଛବରେ ବି.ଡି.ଓ ସଂଗ୍ରାମ କେଶରୀ ଜେନା ,ଏ.ବି.ଡି.ଓ ଭବାନୀ ଶଙ୍କର ପ୍ରଧାନ ,ତହସିଲଦାର ଲମ୍ବୋଦର ମତଣ୍ଡି, ଅତିରିକ୍ତ ତହସିଲଦାର ଗଣେଶ ଦଳେଇ,ଜିଲ୍ଲା ପରିଷଦ ଅଧକ୍ଷା ଅଞ୍ଜଳି ସ୍ୱାଇଁ,ସାଂସଦ ପ୍ରତିନିଧି ମୁନ୍ନା ପ୍ରଧାନ, ପ୍ରମୁଖ ଉପସ୍ଥିତ ରହିଥିଲେ | ଧରାକୋଟ ବ୍ଲକର ସମସ୍ତ ସରପଞ୍ଚ,ସମିତି ସଭ୍ୟ ତଥା ଜିଲ୍ଲା ପରିଷଦ ସଦସ୍ୟଙ୍କ ସହ ଅନେକ ମହିଳା ଓ ପୁରୁଷ  ଉପସ୍ଥିତ ଥିବା ଦେଖିବାକୁ ମିଳିଛି | ଉକ୍ତ କାର୍ଯ୍ୟକ୍ରମରେ ଅନେକ ହିତାଧିକାରୀଙ୍କୁ ଅନ୍ତର୍ଦ୍ୱୟ ଆବାସ,ରାସନ କାର୍ଡ, ମଧୁ ବାବୁ ପେନସନ କାର୍ଡ ବଣ୍ଟା ଯାଇଥିବା ଦେଖିବାକୁ ମିଳିଛି | ସର୍ବ ଶେଷରେ ଏ.ବି.ଡି.ଓ ଭବାନୀ ଶଙ୍କର ପ୍ରଧାନ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ |

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

             ମୋ ନିଯୁଜୁ ଓଡିଶା

Post a Comment

Previous Post Next Post