ଭଞ୍ଜନଗର ରେ ମହା ବିଷୁବ ସଂକ୍ରାନ୍ତି ଓ ଭାରତ ରତ୍ନ ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ଜୟନ୍ତୀ ପାଳିତ।


ଭଞ୍ଜନଗର-୧୫/୦୪(ପ୍ରଫୁଲ୍ଲ କୁମାର ମହାରଣା) ସମଗ୍ର  ଭାରତ ବର୍ଷରେ ହିନ୍ଦୁ ନବ ବର୍ଷ ବିଷୁବ ପାଣ ସଂକ୍ରାନ୍ତି ପାଳନ ହେଉ ଥିବା ବେଳେ ଏହି ଶୁଭ ଦିବସରେ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ଜୟନ୍ତୀ ଭଞ୍ଜନଗର ଠାରେ ଅନୁଷ୍ଠିତ ହୋଇଥିଲା।ପ୍ରାଥମିକ ଶିକ୍ଷକ ସଙ୍ଘ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ  ଶ୍ରୀଯୁକ୍ତ ସୂର୍ଯ୍ୟ ନାୟକ, ଶ୍ରୀଯୁକ୍ତ କୃତି ବାସ ବିଶ୍ୱାଳ, ଜଗ ବନ୍ଧୁ ଜେନା, ଗଜେନ୍ଦ୍ର ସେଠି, ତ୍ରିନାଥ ପଟ୍ଟନାୟକ, ସୀମାଞ୍ଚଳ ପାତ୍ର, ଜଗଦୀଶ ନାୟକ ପ୍ରମୁଖ ଯୋଗଦେଇ ଥିଲେ ଅନ୍ୟ ପକ୍ଷରେ ନିମିନା ହାଡ଼ି କୁଳ ସମାଜ ତରଫରୁ  ଆମ୍ବେଦକର  ଜୟନ୍ତୀ ପାଳନ କରିଥିଲେ।ନିମିନା ଗ୍ରାମରୁ ବହୁ ଯୁବକ ବାଇକ ରାଲି ରେ ଭଞ୍ଜନଗର ସହର ପରିକ୍ରମା କଲା ପରେ ଆର. ଏମ. ସି ସଭାକକ୍ଷ ରେ ସ୍ମୃତି ସଭା ଆୟୋଜିତ ହୋଇଥିଲା।ହାଡ଼ି ସମାଜର ସଭାପତି ପଞ୍ଚାନନ ନାୟକ , ଅଣ୍ଡାମାନ ନିକୋବର ରୁ ଆସିଥିବା ଯୁବ ସମାଜସେବୀ ଶେଖର ,ଦିଲ୍ଲୀପି ପଗଡ,ପଦ୍ମ ପ୍ରଧାନ, ଅଭିମନ୍ୟୁ ଗୌଡ଼, ନିରଞ୍ଜନ ପ୍ରଧାନ, ଭଞ୍ଜ କିଶୋର ପ୍ରଧାନ, ପୁରୁଷୋତ୍ତମ ମହାପାତ୍ର ପ୍ରମୂଖ ଅତିଥି ଭାବେ ଯୋଗଦେଇ ଆମ୍ବେଦକର ଚିନ୍ତା ଚେତନା ଓ ବଳିଦାନ ବିଷୟରେ ମତ ରଖିଥିଲେ।ସେହିପରି ଭଞ୍ଜନଗର ସହର ମେଡ଼ିକାଲ ନିକଟରେ   ଆମ୍ବେଦକର ଙ୍କ ଜୟନ୍ତୀ ପାଳନ ହେବା ସହ ଗୁଣ ଗାନ କରାଯାଇଛି, ଏଥିରେବଂଶୀ ଧର ନାୟକ  ସତ୍ୟନାରାୟଣ ନାୟକ ( ସମାଜସେବୀ ସଂଯୋଗ୍ ଅନୁଷ୍ଠାନ) ବଂଶୀଧର ଦାଣ୍ଡିଆ ଶିକ୍ଷକ,ବୃନ୍ଦାବନ ସେଠୀ ଶିକ୍ଷକ,,ଲୋକନାଥ ନାୟକ,କଳସ ନାୟକ,ରତିକାନ୍ତ ନାୟକ,ଦେବୀ ବିଷୋୟୀ ଯୋଗ ଦେଇଥିଲେ ।ସୂଚନାଯୋଗ୍ୟ ଯେ ଭାରତ ରତ୍ନ ଭୀମ ରାଓ ଆମ୍ବେଦକର ଙ୍କ ଜୟନ୍ତୀ କୌଣସି ସରକାରୀ ସ୍ତରରେ ପାଳନ ହେଉ ନ ଥିବା ବେଳେ ବେସରକାରୀ ସ୍ତରରେ ପାଳିତ ହୋଇଛି।ଆଜିର ସ୍ମୃତି ସଭା ରେ ଅତିଥିମାନେ ଆମ୍ବେଦକରଙ୍କୁ ମନେପକାଇବା ସହ ଭଞ୍ଜନଗର ସହର ଓ ବିଭିନ୍ନ ସ୍ଥାନରେ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି ରଖିଥିଲେ।ଅନ୍ୟ ପକ୍ଷରେ ଆଜି ମଧ୍ୟ ଦଳିତ ସମାଜ  କିପରି ଅବହେଳିତ ହୋଇ ରହିଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ।ଆଜିର କାର୍ଯ୍ୟକ୍ରମ କୁ ରମେଶ ବେହେରା, ଗୋକୁଳ ମଲ୍ଲିକ, ଶିବାସିସ ବେହେରା, କାଳି ଚରଣ ସେଠୀ, ରବୀନ୍ଦ୍ର ବେହେରା, ଭକ୍ତବନ୍ଧୁ ବିଷୋୟୀ, ଶିଶିର କାନ୍ତ ପତି, ସୁଜିତ ସ୍ୱାଇଁ, ଅଭିନାଶ ପଣ୍ଡା, ସୁଧାଂଶୁ ମହାପାତ୍ର ,ମନୋଜ ବେହେରା,ନିର୍ମଳ ସ୍ୱାଇଁ,ପ୍ରମୂଖ ପରିଚାଳନା କରିଥିଲେ।

Post a Comment

Previous Post Next Post