ଇସ୍କନ ପରିବାର ତରଫରୁ ରାମ ନବମୀ ପାଳିତ

ଭଞ୍ଜନଗର -୨୮/୦୩ (ପ୍ରଫୁଲ୍ଲ କୁମାର ମହାରଣା ) ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ପୁଣ୍ୟ ଜନ୍ମ ଦିନ ଅବସରରେ ସମଗ୍ର ଭାରତ ବର୍ଷରେ ରାମ ନବମୀ ପର୍ଵ ଧୁମଧାମରେ ପାଳନ ହେଉଥିବା ବେଳେ ଘୁମୁସର ବା ଭଞ୍ଜନଗର ଅଞ୍ଚଳ ର ବିଭିନ୍ନ ସ୍ଥାନରେ ଏହି ପର୍ବ ପାଳିତ ହୋଇଛି।ଭଞ୍ଜନଗର ସହର ବିଭିନ୍ନ ଶ୍ରୀରାମ ମନ୍ଦିର, ହନୁମାନ ମନ୍ଦିର ମାନଙ୍କରେ ପ୍ରାତଃ ପୂଜା ଅର୍ଚ୍ଚନା ସହ ରାମ ନବମୀ ପାଳିତ ହୋଇଛି।ସେହିପରି ଭଞ୍ଜନଗର ସହର ରେ ମଧ୍ୟ ଇସ୍କନ ଅନୁଷ୍ଠାନ ତରଫରୁ ମହା ଆଡମ୍ବରରେ ଶ୍ରୀରାମ ନବମୀ ପାଳିତ ହୋଇଛି।ଅନୁଷ୍ଠାନ ତରଫରୁ ଭଜନ କୀର୍ତ୍ତନ, ଶ୍ରୀରାମ କଥା ଅମୃତ ସହ ଭକ୍ତ ଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା ହୋଇଥିଲା।ବାଉଁଶ ଲୁଣ୍ଡି ଠାରେ ଥିବା ଇସ୍କନ କେନ୍ଦ୍ର ଠାରେ ବ୍ରହ୍ମପୁର  ଇସ୍କନ ରୁ ଆସି ଥିବା ପ୍ରବଚକ ମାନେ ପ୍ରବଚନ ଦେବା ସହ  ଅନୁଷ୍ଠାନ ର କୁନି କୁନି ପ୍ରତିଭା ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସେହିପରି ଭଞ୍ଜନଗର ସହର ଗୀତା ଭବନ, ସାଇ ମନ୍ଦିର, ରଘୁନାଥ ଜୀଉ ମନ୍ଦିର ଓ ଭଞ୍ଜନଗର ଜେଲ ପଡିଆ ଠାରେ ଶ୍ରୀରାମ ନବମୀ ଅନୁଷ୍ଠିତ ହୋଇଥିଲା।ବିଭିନ୍ନ ମନ୍ଦିର ମାନଙ୍କରେ ଆଜି ସ୍ଵତନ୍ତ୍ର ଭାବେ ସକାଳ ଧୁପ ଠାରୁ ମଧ୍ୟ ରାତ୍ର ପର୍ଯ୍ୟନ୍ତ ପୂଜା ଅର୍ଚ୍ଚନା ହୋଇଥିଲା ଓ ସମଗ୍ର ପରିବେଶ ଭଜନ କୀର୍ତ୍ତନ ଓ ରାମ ଧୂନରେ ପ୍ରକମ୍ପିତ ହୋଇଥିଲା।ଭଞ୍ଜନଗର ସହର ରେବ ଥିବା ସାଇ ମନ୍ଦିର ରେ ମଧ୍ୟ ଶ୍ରୀରାମ ନବମୀ ପାଳିତ ହୋଇଥିଲା।ମହିଳା ମାନେ ଲୋହରା ଖଣ୍ଡି ନଦୀରୁ କଲସରେ ଜଳ ସଂଗ୍ରହ କରି ସାଇ ମନ୍ଦିର ପୁଜା ଅର୍ଚ୍ଚନା କରିଥିଲେ।ସୂଚନାଯୋଗ୍ୟ ଯେ ଭଞ୍ଜନଗର ଏକ ଭାଇ ଚାରାର ସହର ତେଣୁ ଏଠାରେ ପ୍ରତ୍ୟୁକ ବର୍ଷ ଭଳି  ବିଭିନ୍ନ ଅନୁଷ୍ଠାନ ତରଫରୁ ଶ୍ରୀରାମ ନବମୀ ପାଳିତ ହେଉଥିବା ବେଳେ ଭଞ୍ଜନଗର ଜନସାଧାରଣ ଶୃଙ୍ଖଳିତ ଭାବେ ସାହାଯ୍ୟ କରୁଥିବା ବେଳେ ଭଞ୍ଜନଗର ପୋଲିସ ପ୍ରଶାସନ ସହଯୋଗ କରିଥିଲେ।

Post a Comment

Previous Post Next Post