କାଶିନିପଦରରେ ଭକ୍ତିମୟ ପରିବେଶ: ଅଷ୍ଟ ପ୍ରହର ନାମଯଜ୍ଞ ପୂର୍ବରୁ ଭବ୍ୟ କଳସୀ ଯାତ୍ରା

 


କନ୍ଧମାଳ:୨୬/୦୩/୨୦୨୬

 କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କାଶିନିପଦର ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଅଷ୍ଟ ପ୍ରହର ନାମଯଜ୍ଞ ଅବସରରେ ଆଜି ଭବ୍ୟ ଓ ଆନନ୍ଦମୟ ପରିବେଶରେ କଳସୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ ପରିବେଶ ଭକ୍ତିରସରେ ଭିଜିଯାଇଥିବା ବେଳେ ଶଙ୍ଖ, ଘଣ୍ଟା ଓ ବାଜା ବାଦ୍ୟର ଧ୍ୱନୀ ସମଗ୍ର ଅଞ୍ଚଳକୁ ଆଧ୍ୟାତ୍ମିକ ମାହୋଲରେ ମୁଗ୍ଧ କରିଦେଇଥିଲା । ଗୁରୁବାର ଦିନ ଅପରାହ୍ନ ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଭକ୍ତଜନ ଏକତ୍ରିତ ହୋଇ ପାରମ୍ପରିକ ରୀତିନୀତି ଅନୁଯାୟୀ ବରେବାଟା କଟିଣି ଜୁର ଜଳାଶୟ ନିକଟକୁ ପ୍ରସ୍ଥାନ କରିଥିଲେ। ସେଠାରେ ପୂଜାର୍ଚ୍ଚନା ପରେ ପବିତ୍ର ଜଳ କଳସୀରେ ଉଠାଇ ଶୋଭାଯାତ୍ରା ମାଧ୍ୟମରେ କୁଞ୍ଜ ମଣ୍ଡପକୁ ଆଣାଯାଇଥିଲା। ମହିଳାମାନେ ମୁଣ୍ଡରେ କଳସୀ ବୋହି ଭକ୍ତିଗୀତ ଓ ହରିନାମ ସଙ୍କୀର୍ତ୍ତନରେ ମଗ୍ନ ହୋଇ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିଥିଲେ। ପରେ ବିଧିବତ୍ ଭାବେ କଳସୀ ସ୍ଥାପନ କରାଯାଇ ନାମଯଜ୍ଞର ଶୁଭାରମ୍ଭ ହୋଇଥିଲା। କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଅଷ୍ଟ ପ୍ରହର ନାମଯଜ୍ଞ ଆସନ୍ତା ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ଅବିରତ ଭାବେ ଚାଲିବ। ଯଜ୍ଞ ପରିଚାଳନା କମିଟି ସଭାପତି ଶ୍ରୀବୈଷ୍ଣବ କହଁର ଉପସଭାପତି ନକୁଳ ଥାଠି ଙ୍କ ନେତୃତ୍ୱରେ ସମ୍ପାଦକ ହରିଶ୍ଚନ୍ଦ୍ର ସାହୁ, ଉପ ସମ୍ପାଦକ ପ୍ରଫୁଲ୍ଲ କହଁର, କୋଷାଧ୍ୟକ୍ଷ ଡମ୍ବରୁଧର କହଁର, ସହ କୋଷାଧ୍ୟକ୍ଷ ଉମା ଚରଣ ଦିଗାଲ ଉପଦେଷ୍ଟା ଅରୁଣ କର୍ଣ୍ଣ,ପାବିନିଖମାରୀ,ସଭାକାନ୍ତ କହଁର, କନେଶ୍ଵର ଦିଗାଲ, କେଶବ ଦିଗାଲ,ଭଲାନାଥ ପ୍ରଧାନ, ରାମେଶ୍ବର କହଁର,ଭୁବନେଶ୍ଵର ପାତ୍ର, ବଳରାମ କହଁର,ବକୂଳ କହଁର,ରୂଶି ଦିଗାଲ,ଲାଣ୍ଡା କହଁର, ପ୍ରମୋଦ କହଁର,ଜିଲ କହଁର, ସୁବାଷ କହଁର, ରମେଶ କହଁର, ଦାଶରଥି ଦିଗାଲ, ପ୍ରଦିପ କହଁର, ମୃତ୍ୟୁଞ୍ଜୟ ଦିଗାଲ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଯଜ୍ଞର ସୁଚାରୁ ପରିଚାଳନାରେ ସକ୍ରିୟ ଭୂମିକା ନିଭାଉଛନ୍ତି। ଏହି ଅବସରରେ ଅଞ୍ଚଳର ପ୍ରାୟ ୫୦୦ରୁ ଅଧିକ ବାପା, ମାଆ, ଗୁରୁଜନ, ଭାଇ-ଭଉଣୀମାନେ ଅଂଶଗ୍ରହଣ କରି ଗ୍ରାମ୍ୟ ଏକତା ଓ ଧାର୍ମିକ ଆସ୍ଥାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ପ୍ରଦାନ କରିଥିଲେ। ସମଗ୍ର କାଶିନିପଦର ପଞ୍ଚାୟତ ଏବେ ଭକ୍ତିମୟ ପରିବେଶରେ ମହିମାମୟ ହୋଇଉଠିଛି।

Post a Comment

Previous Post Next Post