ସରକାରଙ୍କ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ କାରୀ କଲେ ଅଭିଯୋଗ |

 


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ମାଣିକ୍ୟପୁର  ତା ୧୭/୦୩/୨୦୨୬ ସୋମବାର :- ଆଜି ମାଣିକ୍ୟପୁର ପଞ୍ଚାୟତରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି | ଉକ୍ତ କାର୍ଯ୍ୟକ୍ରମଟି ମାଣିକ୍ୟପୁର ପଞ୍ଚାୟତର ପଞ୍ଚାୟତ ଭବନ ଠାରେ ଦୁତୀୟ ଥର ପାଇଁ ଅନୁଷ୍ଠିତ ହୋଇଥିବା ଜଣା ପଡିଛି | କାର୍ଯ୍ୟକ୍ରମରେ ସରକାରଙ୍କ ସମସ୍ତ ବିଭାଗୀୟ କାର୍ଯ୍ୟରତ ଅଧିକାରୀ ମାନେ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ଅସୁବିଧା ବୁଝିବା ସହ ଆସୁ ସମାଧାନର ପନ୍ଥା ତିଆରି କରିଥିବା ଦେଖିବାକୁ ମିଳିଛି | ଉକ୍ତ କାର୍ଯ୍ୟକ୍ରମରେ ଧରାକୋଟ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ଜେନା, ଧରାକୋଟ ତହସିଲଦାର ଶ୍ରୀ ଲମ୍ବୋଦର ମାରାଣ୍ଡି ,ଅତିରିକ୍ତ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଶ୍ରୀ ସୁଶୀଲ ପଟନାୟକ ,ସିଡିପିଓ ମେଡମ,ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଅଞ୍ଜନ କୁମାର ଦାସ,ଗୃହ ବିଭାଗ,ଶ୍ରମ ଅଧିକାରୀ,କୃଷି ଅଧିକାରୀ,ଯୋଗାଣ ଅଧିକାରୀ,ନାଗରିକ ସୁରକ୍ଷା ଅଧିକାରୀ,ଶକ୍ତି ବିଭାଗ,ରାଜସ୍ବ ବିଭାଗ,ପୋଲିସ ଅଧିକାରୀ ,ପଞ୍ଚାୟତ ଅଧିକାରୀ  ରଞ୍ଜିତା ଶବର,ଏ.ଡି.ଇ.ଓ ଶ୍ରୀ ଭଗବାନ ସାହୁ,ଏ.ପି.ଓ ନନ୍ଦିନୀ ଦାସ, ଡବ୍ଲୁ.ଇ.ଓ. ଅନନ୍ୟ ପଣ୍ଡା, ଏ.ସି.ପି ଅମରେଶ ବେହେରା, ସ୍ୱାସ୍ଥ୍ୟ କର୍ମୀ,ସରପଞ୍ଚ ଶ୍ରୀମତୀ ଉର୍ବଶୀ ବିଷୋୟୀ ,ସରପଞ୍ଚ ପ୍ରତିନିଧି ଶାନ୍ତନୁ କୁମାର ବିଷୋୟୀ ,ମାଣିକ୍ୟପୁର ଗ୍ରାମ ସଭାପତି ସନ୍ତୋଷ ପ୍ରଧାନ,ବରିଷ୍ଠ ସମାଜ ସେବି କୃଷ୍ଣ ଚନ୍ଦ୍ର ଛଟେଇ ଓ ଅନେକ ସ୍ବେଚ୍ଛାସେବୀଙ୍କ ସହ ଅନେକ ବରିଷ୍ଠ ରାଜନେତା କର୍ମୀଙ୍କ ମିଳିତ ଉପସ୍ଥିତ ଥିବା ଦେଖିବାକୁ ମିଳିଛି | ସୂଚନା ଥାଉକି ସରକାରଙ୍କ ଏଭଳି ଜନ ଶୁଣାଣି କାର୍ୟ୍ଯକରମର ମୁଖ୍ୟ ଉଦ୍ଧେଷ୍ୟ ଲୋକଙ୍କ ସମସ୍ୟାକୁ ମୂଳରୁ ଉତ୍ପାଟନ କରିବା ଏବଂ ସମସ୍ତ ସରକାରୀ ସୁବିଧା ଲୋକଙ୍କ ପାଖକୁ ସୁବିଧାରେ ପହଞ୍ଚାଇବା | ଉକ୍ତ ଜଣ ଶୁଣାଣୀରେ ୨୫ ଜଣ ଅଭିଯୋଗ କାରି ପହଁଚି ଅଭିଯୋଗ ଦାଖଲ କରିଥିବା ସୂଚନା ଧରାକୋଟ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଦେଇଥିଲେ | ସମସ୍ୟା ମଧ୍ୟରେ ସାମୁହିକ ଜଳ ଜନିତ ସମସ୍ୟା,ବାର୍ଦ୍ଧକ୍ୟ ଭତା ,ରାସନ କାର୍ଡ,ମହିଳା ଓ ଶିଶୁ ବିଭାଗ ଭଳି ସମସ୍ୟା ଦେଖିବାକୁ ମିଳିଛି | ଯେଉଁ କାର୍ଯ୍ୟ କ୍ରମରେ ସରକାରଙ୍କ ଲକ୍ଷାଧିକ ଟଙ୍କା ଖର୍ଚ ଓ ସମସ୍ତ କର୍ମଚାରି ନିଜ ହେଡ଼କ୍ଵାଟର ଛାଡି ସାରା ଦିନ ସମୟ ଅତିବାହିତ କରି ଲୋକ ସେବାରେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ସମାଧାନ କରିବା ଉଦେଶ୍ୟରେ ଥିବା ବେଳେ ଗତ ଯୁଗ୍ମ ଜନ ଶୁଣାଣି ଭଳି ଅଭିଯୋଗ କାରି ଜନ ଶୁଣାଣୀ ସ୍ଥଳରେ ପହଂଚି ନଥିବା ଦେଖିବାକୁ ମିଳିଛି | ସରକାରଙ୍କ ଏଭଳି କାର୍ଯ୍ୟକ୍ରମ ସ୍ୱାଗତ ଯୋଗ୍ୟ କିନ୍ତୁ ଲୋକେ ଜାଣିଲା ପରେବି ଜଣ ଶୁଣାଣି ସ୍ଥଳରେ ନପହଂଚିବେ ତେବେ ଲୋକଙ୍କ ସମସ୍ୟା କିଭଳି ସମାଧାନ ହେବ ଚିନ୍ତାର ବିଷୟ ପାଲଟିଛି | କାହିଁକି ଅଭିଯୋଗ କାରି ଯୁଗ୍ମ ଜନ ଶୁଣାଣି ପାଇଁ ଆସୁନାହାନ୍ତି ଏହା ନିଶ୍ଚିତ ତଦନ୍ତ ପରିସର ଭୁକ୍ତ ହେବା ଉଚିତ |      

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

           ମୋ ନିଯୁଜୁ ଓଡିଶା

Post a Comment

Previous Post Next Post